fbpx

ରକ୍ଷାବନ୍ଧନରେ ଭାଇର ପ୍ରଗତିର ସମସ୍ତ ରାସ୍ତ ଖୋଲିଦେବ ଏହି ଉପାୟ: ଭଉଣୀମାନଙ୍କୁ କରିବାକୁ ପଡ଼ିବ ଏହି କାମ

ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଦିନରେ ରକ୍ଷାବନ୍ଧନର ଉତ୍ସବ ପାଳନ କରାଯିବ । ଏଥର ରକ୍ଷାବନ୍ଧନ ୩୦ ଅଗଷ୍ଟ ଏବଂ ୩୧ ଅଗଷ୍ଟରେ ପାଳନ କରାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୩୦ ଅଗଷ୍ଟରେ ଭଦ୍ରାଙ୍କ ଛାୟା ହେତୁ ଏହି ଦିନଟି ଶୁଭ ବୋଲି ବିବେଚନା କରାଯାଏ ନାହିଁ, ତେଣୁ କିଛି ଲୋକ ୩୧ ଅଗଷ୍ଟରେ ରାକ୍ଷୀ ପର୍ବ ପାଳନ କରିବେ ।

ଗ୍ରହ ଏବଂ ନକ୍ଷତ୍ରଗୁଡିକର ବିଶେଷ ଅବସ୍ଥା ହେତୁ ଏଥର ରକ୍ଷାବନ୍ଧନ ଉପରେ ଜ୍ୟୋତିଷ ଶାସ୍ତ୍ର ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଯଦି ଭଉଣୀମାନେ ଭାଇର ଅଗ୍ରଗତି ପାଇଁ ଇଚ୍ଛା କରନ୍ତି, ତେବେ ଏହି ଦିନ କିଛି ଛୋଟ ପଦକ୍ଷେପ ଭାଇ ପାଇଁ ଲାଭଦାୟକ ହୋଇପାରେ । ଏହି ପଦକ୍ଷେପ ଗ୍ରହଣ କଲେ ଆର୍ôଥକ ସ୍ଥିତିରେ ମଧ୍ୟ ଉନ୍ନତି ହେବ । କୁହାଯାଏ ଏହା ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିଥାଏ ।

ଋକ୍ଷାବନ୍ଧନରେ କରନ୍ତୁ ଏହି ଉପାୟ :-

– ଯଦି ଭାଇ ଏବଂ ଭଉଣୀଙ୍କ ମଧ୍ୟରେ କୌଣସି ମତଭେଦ ଥାଏ, ତେବେ ରକ୍ଷାବନ୍ଧନରେ ପ୍ରଥମେ ଗଣେଶ ଜୀଙ୍କୁ ରାଖୀ ବାନ୍ଧନ୍ତୁ ଏବଂ କେବଳ ସେହି ରାଖିକୁ ଭାଇ ହାତରେ ବାନ୍ଧନ୍ତୁ । ଏହି ଉପାୟ କରି ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ବଢ଼ିଯାଏ । ସମ୍ପର୍କରେ ମଜଭୁତ ରହିଥାଏ । ଆହୁରି ମଧ୍ୟ ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ ।

-ଭାଇର ଆର୍ôଥକ ସ୍ଥିତିକୁ ସୁଧାରିବା ପାଇଁ ରକ୍ଷାବନ୍ଧନ ଦିନ ଏହି ପଦକ୍ଷେପଗୁଡିକ ନିଶ୍ଚିତ କର । ଏଥିପାଇଁ ଭଉଣୀ ଗୋଲାପୀ ରଙ୍ଗର କପଡ଼ାରେ ଅକ୍ଷତ, ସୁପାରି ଏବଂ ରୂପା ମୁଦ୍ରା ରଖି ଏହାକୁ ଭାଇକୁ ଦେବା ଉଚିତ୍ । ପରେ ଭାଇ ଏହାକୁ ଯତ୍ନର ସହିିତ ଟଙ୍କା ରଖୁଥିବା ସ୍ଥାନରେ ବା ତିଜୋରୀରେ ରଖନ୍ତୁ । ଏହି ଉପାୟ କରିବା ଦ୍ୱାରା ଭାଇକୁ ଜୀବନରେ କେବେବି ଟଙ୍କା ଅଭାବର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

– ଯଦି ଆପଣ ଘରେ ସୁଖ ଏବଂ ସମୃଦ୍ଧତା ଚାହୁଁଛନ୍ତି, ତେବେ ଏହି ଦିନ ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ । ଗାଈକୁ ସବୁଜ ଘାସ ଖାଇବାକୁ ଦିଅ । ଏହା ଘରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ ଏବଂ ଜୀବନରେ ଆନନ୍ଦ ବଢ଼ାଇଥାଏ ।

– ଯଦି ଭାଇ ଓ ଭଉଣୀଙ୍କ ପ୍ରଗତିରେ କିଛି ବାଧା ଆସୁଛି, ତେବେ ରକ୍ଷାବନ୍ଧନ ଦିନ ପଞ୍ଚମେୱା ଖୀରର ଉପାୟ କରନ୍ତୁ । ଏଥିପାଇଁ ମା’ ଲକ୍ଷ୍ମୀଙ୍କୁ ନୀତି-ନିୟମ ଅନୁଯାୟୀ ପୂଜା କରନ୍ତୁ ଏବଂ ଝିିଅମାନଙ୍କୁ ପଞ୍ଚମେୱା ଖିର ବାଣ୍ଟନ୍ତୁ । ଏହି ଉପାୟ କରିବା ଦ୍ୱାରା କ୍ୟାରିଅରରେ ଆସୁଥିବା ବାଧାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.