fbpx
BSKY
BJD MC SKY
BJD YOUTH SKY

ଶନିବାର ବରଗଛ ମୂଳେ କରନ୍ତୁ ଏହି କାମ: ନିଶ୍ଚୟ ମିଳିବ ସଫଳତା

ଟଙ୍କା କାହାକୁ ବା ପସନ୍ଦ ନୁହେଁ । ବିଳାସପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ସମସ୍ତେ ଚାହାନ୍ତି । ବଡ ବଙ୍ଗଳାରେ ରହିବା ଓ ଦାମୀ କାରରେ ବୁଲିବା ପାଇଁ କାଇଁ ବା କିଏ ମନା କରିବ । ଏସବୁ ପାଇବା ପାଇଁ ସମସ୍ତେ ଦିନରାତି ପରିଶ୍ରମ କରନ୍ତି । ହେଲେ ସମସ୍ତଙ୍କୁ ଏହା ମିଳିନଥାଏ । ମଣିଷ କାମ କରି କରି ଥକି ଯାଏ ଏବଂ ଶେଷରେ ନିରାଶ ହୋଇଯାଏ । ତେବେ ଆପଣ ନିରାଶ ହୁ୍ଅନ୍ତୁନି । ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ କହିବୁ ଯାହା ଆପଣଙ୍କୁ ଭାଗ୍ୟ ବଦଳାଇଦେବ । ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ।

ଏହି ଉପାୟ ପାଇଁ ଆପଣଙ୍କୁ ଏକ ବରଗଛ ନିକଟକୁ ଯିବାକୁ ପଡିବ । ସେଠାରେ ନିମ୍ନଲିଖିତ କାର୍ୟ୍ୟ କରିବାକୁ ପଡିବ ।

୧- ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ବ୍ୟବସାୟରେ ଉନ୍ନତି ପାଇଁ ଶନିବାର ବରଗଛ ନିକଟକୁ ଯାଆନ୍ତୁ । ଗଛ ନିକଟରେ ପାନ, ଗୁଆ ଓ ଏକ କଏନ୍ ରଖି ଦିଅନ୍ତୁ । ବାସ୍, କିଛି ଦିନ ମଧ୍ୟରେ ଫଳ ଦେଖନ୍ତୁ । କୁହାଯାଏ ଶନିବାର ବରଗଛରେ ହଳଦୀ ଓ କେଶର ଚଢାଇବା ଫଳରେ ଲାଭ ମିଳିଥାଏ । ହଳଦିଆ ରଙ୍ଗର ସୂତା ବାନ୍ଧିବା ଫଳରେ ବେପାର ଆଗକୁ ବଢିଥାଏ ।

୨- ନାଲି କପଡାରେ ନଡିଆ ବାନ୍ଧି ବରଗଛ ମୂଳରେ ରଖିଦିଅନ୍ତୁ । ଏଥିରେ କର୍ମକ୍ଷେତ୍ରରେ ନିଶ୍ଚିତ ରୂପେ ସଫଳତା ମିଳିଥାଏ । କିନ୍ତୁ ଏହାକୁ କେବଳ ଶନିବାର ହିଁ କରନ୍ତୁ ।

୩- ଶନିବାର ବରଗଛ ତଳେ ଘିଅ ଦୀପ ଜଳାଇବା ଫଳରେ ବହୁତ ଜଲଦି ବ୍ୟାପାରରେ ଲାଭ ମିଳିଥାଏ ଏବଂ ବ୍ୟାପାର କ୍ଷେତ୍ରରେ ବନ୍ଦ ହୋଇପଡିଥିବା ପଇସା ଲାଭ ସହିତ ଫେରି ଆସିଥାଏ ।

୪- କୁହାଯାଏ ଶନିବାର ବରଗଛର ଏକ ଛୋଟ ଡାଳକୁ ଘରେ ଆଣି ରଖିବା ଫଳରେ ଘରେ ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ । ଜ୍ୟୋତିଷଙ୍କ ଅନୁସାରେ ବରଗଛରେ ଧଳା ସୂତାକୁ ୧୧ ଥର ବାନ୍ଧିବା ପରେ ଜଳ ଅର୍ପଣ କଲେ ଘରୁ ଦାରିଦ୍ର‌୍ୟ ଦୂରେଇ ଯାଏ ।

୫- ଶନିବାର ବରଗଛ ତଳେ ଶୋରିଷ ତେଲର ଦୀପ ଜାଳିବା ଫଳରେ ବରଗଛ ପୂଜାର ଲାଭ ମିଳିଥାଏ ।

୬- ଏହା ମଧ୍ୟ କୁହଯାଏ ଘରୋଇ କଳହ ଯୋଗୁଁ ଚିନ୍ତାରେ ରହୁଥିବା ବ୍ୟକ୍ତି ବରଗଛରେ କର୍ପୁର ଓ ଲବଙ୍ଗ ଜଳାଇବା ଫଳରେ ଧନ ଲାଭ ହୋଇଥାଏ । ମଙ୍ଗଳବାର ବରଗଛର ୧୧ଟି ପତ୍ରରେ ହନୁମାନଙ୍କ ସିନ୍ଦୁରରେ ରାମ ଲେଖି ଘରେ ସ୍ଥାପିତ କରିବା ଫଳରେ ଅନେକ ଲାଭ ମିଳିଥାଏ

Get real time updates directly on you device, subscribe now.