fbpx

ଜଳୁଛି କଲରାଡୋ: ୨ ସହରକୁ ଗିଳିବାକୁ ବସିଲାଣି ନିଆଁ

ନୂଆଦିଲ୍ଲୀ: ଆମେରିକାରେ ଜଳୁଛି ଦୁଇଟି ପ୍ରମୁଖ ସହର । ଆମେରିକାର ଆମେରିକାର କଲରାଡ଼ୋ ରାଜ୍ୟ ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ଆଉ ଏ ନିଆଁ ସମ୍ପୂର୍ଣ୍ଣ ଭାବେ ୨ ସହରକୁ ଧ୍ଵଂସ କରିବାକୁକୁ ବସିଲାଣି । ନିଆଁର ତୀବ୍ରତା ଏତେ ଅଧିକ ଅଛି ଯେ ଆପଣ ମାନେ ଏ ଦୃଶ୍ୟ ଦେଖି ଅନୁମାନ କରି ପାରୁଥିବେ । ଦୀର୍ଘ ୨୪ ଘଣ୍ଟା ହେଲା ଏ ନିଆଁ ଲାଗିଥିବା ବେଳେ ଏବେ ସୁଦ୍ଧା ସବୁ ଘର ଜଳିଗଲାଣି ।

ପ୍ରାୟ ୧ ଲକ୍ଷ ଲୋକ ପ୍ରଭାବିତ ହେବା ସାଙ୍ଗକୁ ୩୦,୦୦୦ ଲୋକ ଘର ଛାଡି ସାରିଛନ୍ତି । ଏପଟେ ନିଆଁ ପାଇଁ କଲୋରାଡୋ ରାଜ୍ୟରେ ଇମର୍ଜେନ୍ସି ଘୋଷଣା ହୋଇଛି ଏପଟେ ସ୍ଥିତି ନିୟନ୍ତ୍ରଣ କରୁଛି Federal Emergency Management Agency। ନୂଆବର୍ଷର ମାତ୍ର ଗୋଟିଏ ଦିନ ପୂର୍ବରୁ ବିଶ୍ୱକୁ ଥରାଇ ଦେଇଛି ଏ ନିଆଁ ।

Get real time updates directly on you device, subscribe now.