fbpx

୨୦ ରୁ ୩୦ ବର୍ଷ ବୟସରେ କରନ୍ତୁ ଏହି କାମ: ମିଳିବ କ୍ୟାନ୍ସରର ପରି ରୋଗକୁ ମୁକ୍ତି

ନୂଆଦିଲ୍ଲୀ:ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଅଭ୍ୟାସ କାରଣରୁ ଅମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯାହାଫଳରେ ଆମେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ଏହି ରୋଗମାନଙ୍କ ମଧ୍ୟରୁ ସବୁଠାରୁ ମାରାତ୍ମକ ରୋଗ ହେଉଛି କ୍ୟାନ୍ସର , ଯାହାର ନାଁ ଶୁଣିଲେ ସମସ୍ତେ ଭୟବିତ ହୋଇଯାଆନ୍ତି । ବୈଜ୍ଞାନିକମାନଙ୍କ ଅନେକ ପ୍ରଚେଷ୍ଟା ପରେ ମଧ୍ୟ ଏହି କ୍ୟାନ୍ସର ପାଇଁ ଆଜିବି କୌଣସି ଔଷଧ ବାହାରି ପାରି ନାହିଁ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର କହିବା ଅନୁଯାୟୀ ଏହି କ୍ୟାନ୍ସର ବିଭିନ୍ନ ପ୍ରକାରର ହୋଇଥିବାବେଳେ ଏହି ରୋଗରେ ୨୦୧୮ରେ ୯୬ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ପ୍ରତ୍ୟେକ ବର୍ଷ ଅନେକ ଲୋକ ଏହି ରୋଗର ଶିକାର ହେଉଛନ୍ତି ଏବଂ ମୃତ୍ୟୁବରଣ କରୁଛନ୍ତି । ତେବେ ଏହାରି ମଧ୍ୟରେ ଏହି କ୍ୟାନ୍ସରକୁ ନେଇ ହୋଇଥିବା ଏକ ରିସର୍ଚ୍ଚର ରିପୋର୍ଟ ସାମ୍ନାକୁ ଆସଥିବା ବେଳେ, ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ରିସର୍ଚ୍ଚ ଅନୁଯାୟୀ ଯୁବପିଢିମାନେ ଅଧିକ ମାତ୍ରାରେ କ୍ୟାନ୍ସର ପରି ମାରାତ୍ମକ ରୋଗର ଶିକାର ହେଉଛନ୍ତି । ଖାସ କରି ୩୦ରୁ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହୁଛି । ତେବେ ଏହି ମାରାତ୍ମକ ରୋଗରୁ ମୁକ୍ତି ପାଇବା ପାଇଁ ବିଶେଷଜ୍ଞମାନେ କିଛି ଉପାୟ ଅବଲମ୍ବନ କରିବାକୁ କହିଛନ୍ତି । ଯାହାଦ୍ୱାରା ଅନେକାଶଂରେ ଏହି ରୋଗରୁ ଦୂରେଇ ରହିହେବ । ବର୍ତ୍ତମାନ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ….

କ୍ୟାନ୍ସରରୁ ମୁକ୍ତି ପାଇବାର ଉପାୟ ବା ଟିପ୍ସ:

ଧୁମ୍ରପାନ କରନ୍ତୁ ନାହିଁ: ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଫୁସଫୁସ ଜନିତ କ୍ୟାନ୍ସର ପାଇଁ ଧୁମ୍ରପାନ ମୁଖ୍ୟ କାରଣ । ଏତତ୍ ବ୍ୟତୀତ ଏହି ଧୁମ୍ରପାନ ପାଇଁ ଅନ୍ୟ ୧୪ ପ୍ରକାର କ୍ୟନ୍ସର ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ତେଣୁ କ୍ୟାନ୍ସରରୁ ମୁକ୍ତି ପାଇବା ପାଇବା ପାଇଁ ଧୁମ୍ରପାନ ଠାରୁ ଦୂରେଇ ରହିବା ଆବଶ୍ୟକ ।

ସୁରକ୍ଷିତ ଯୌନ ସମ୍ପର୍କ: ଅସୁରକ୍ଷିତ ଯୌନ ସମ୍ପର୍କ ବିଭିନ୍ନ ପ୍ରକାର କ୍ୟାନ୍ସରର କାରଣ ହୋଇପାରେ । ତେବେ ଏହି କ୍ୟାନ୍ସର ମଧ୍ୟରୁ ଏଚ୍ ପି ବି ହେଉଛି ଏକ କ୍ୟାନ୍ସର ଯାହାକି, ଯୁବପିଢିଙ୍କ କ୍ଷେତ୍ରରେ ଅଧିକ ପରିଲକ୍ଷିତ ହୋଇଥାଏ । ଖାସ କରି ୩୦ ରୁ ୩୪ ବର୍ଷ ମହିଳାମାନେ ଏହି କ୍ୟାନ୍ସରର ଶିକାର ହୋଇଥାନ୍ତି । ତେଣୁ ଏହି କ୍ୟାନ୍ସରରୁ ମୁକ୍ତି ପାଇବା ପାଇଁ ସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରିବା ଆବଶ୍ୟକ ।

ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଓଜନ ବୃଦ୍ଧି ମଧ୍ୟ କ୍ୟାନ୍ସରର ଏକ କାରଣ ହୋଇପାରେ । ବିଶେଷଜ୍ଞମାନଙ୍କ କହିବା ଅନୁଯୟୀ ଓଜନ ବୃଦ୍ଧି ହେବା ଦ୍ୱାରା ପ୍ରାୟ ୧୩ ପ୍ରକାର କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ । ଏଥିସହିତ ଶରୀରରେ ଥିବା ଅତିରିକ୍ତ ଚର୍ବି ଟୁମ୍ୟରର କାରଣ ହେବାସହ, ପରବର୍ତ୍ତି ସମୟରେ କ୍ୟାନ୍ସରର ସମସ୍ୟାକୁ ସୃଷ୍ଟି କରିଥାଏ । ତେଣୁ ଏହି କ୍ୟାନ୍ସରରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ ନିଜର ଓଜନ ଉପରେ ଧ୍ୟାନ ଦେବା ଏବଂ ଏହାକୁ ନିୟନ୍ତ୍ରଣରେ ରଖିବା ଉଚିତ୍ ।

ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ: ମଦ୍ୟପାନ କରିବା ଦ୍ୱାରା ଶିରୀରରେ ବିଭିନ୍ନ ପ୍ରକାର ରୋଗ ହେବା ସହିତ କ୍ୟାନ୍ସର ପରି ମାରାତ୍ମକ ରୋଗ ମଧ୍ୟ ହୋଇଥାଏ । ତେଣୁ ଯଥା ସମ୍ଭବ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ । ତେବେ ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ ମଦ୍ୟପାନ କାରଣରୁ ପ୍ରତି ବର୍ଷ ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକଙ୍କୁ କ୍ୟାନ୍ସର ହେବା ସହିତ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ ।

Get real time updates directly on you device, subscribe now.