fbpx
BSKY SKY
BSKY SKY

ଚନ୍ଦ୍ରଗ୍ରହଣ ସରିବା ପରେ ତୁରନ୍ତ କରନ୍ତୁ ଏହି କାର୍ଯ୍ୟ ; ଜୀବନରେ ପଡିବନି ନକରାତ୍ମକ ପ୍ରଭାବ

BSKY

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣ ଏକ ଅଶୁଭ ଘଟଣା । ଏହି ସମୟରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କିମ୍ବା ଦେବ ନିତୀ ଆଦି କରିବାକୁ ବାରଣ କରାଯାଇଥାଏ । ଏଥି ସହିତ ଚନ୍ଦ୍ରକୁ ଗ୍ରହଣ ସ୍ପର୍ଶ ସମୟରେ ଅନେକ ଲୋକଙ୍କୁ ବାହାରକୁ ବାହାରିବାକୁ ବାରଣ କରାଯିବା ସହ କୋଣସି କାର୍ଯ୍ୟ କରିବାକୁ ମନା କରାଯାଇଥାଏ । ତେବେ ଚନ୍ଦ୍ର ଗ୍ରହଣ ହେବାର ୯ ଘଣ୍ଟା ପୂର୍ବରୁ ସୂତକ ଆରମ୍ଭ ହୁଏ ଏବଂ ସେହି ସମୟରେ କୌଣସି ଶୁଭ କାର୍ୟ୍ୟ କିମ୍ବା ପୂଜା ଇତ୍ୟାଦି କରାଯାଇ ନଥାଏ । ବରଂ ଲୋକମାନେ ଗ୍ରହଣ ସମୟରେ କେବଳ ଭଗବାନଙ୍କ ନାମ ଜପ କରିବା ଏବଂ ତାଙ୍କୁ ଧ୍ୟାନ କରିବା ଉଚିତ୍ । ଏଥିସହିତ ଏପରି କାର୍ଯ୍ୟ ରହିଥାଏ ଯାହାକି ଚନ୍ଦ୍ର ଗ୍ରହଣ ସମାପ୍ତ ପରେ ତୁରନ୍ତ କରାଯିବା ଆବଶ୍ୟକ । କାରଣ ଏହି କାର୍ଯ୍ୟ କରିବା ଦ୍ୱାରା ଜୀବନରେ ଚନ୍ଦ୍ର ଗ୍ରହଣର ନକରାତ୍ମକ ପ୍ରଭାବ ଦୂର ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିଷୟରେ …

ଚନ୍ଦ୍ର ଗ୍ରହଣ ଆଜି ଅର୍ଥାତ୍ ନଭେମ୍ବର ୮ ତାରିଖ ସନ୍ଧ୍ୟା ୫ଟା ୧୧ ମିନିରୁ ଆରମ୍ଭହୋଇଛି । ଯହାକି ସନ୍ଧ୍ୟା୬ଟା ୧୮ ମିନିଟରେ ଶେଷ ହେବ । ତେବେ ଚନ୍ଦ୍ରଗ୍ରହଣ ସମାପ୍ତ ହେବା ପରେ କ’ଣ କରିବା ଉଚିତ୍, ଆସନ୍ତୁ ଜାଣିବା

– ଚନ୍ଦ୍ରଗ୍ରହଣ ଶେଷ ହେବା ମାତ୍ରେ, ସର୍ବପ୍ରଥମେ ଘରେ ଥିବା ତୁଳସୀ ଗଛ ଉପରେ ଗଙ୍ଗା ପାଣି ଛିଞ୍ଚି ଶୁଦ୍ଧ କରାଯିବା ଉଚିତ୍ ।

– ଧାର୍ମିକ ବିଶ୍ୱାସ ଅନୁଯାୟୀ, ଚନ୍ଦ୍ରଗ୍ରହଣ ସମୟରେ ପୂଜାକୁ ନିଷେଧ ହୋଇଥାଏ । ଗ୍ରହଣ ଶେଷ ହେବା ମାତ୍ରେ ଗଙ୍ଗାଜଳକୁ ପୂଜା ଘରେ ଛିଞ୍ଚିବା ଉଚିତ୍ । କୁହାଯାଏ ଯେ ଏପରି କରିବା ଦ୍ୱାରା ନକାରାତ୍ମକତା ସମାପ୍ତ ହୁଏ ।

– ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନଙ୍କୁ ବିଶେଷ ଯତ୍ନ ନେବା ଉଚିତ୍ । କାରଣ ଗ୍ରହଣର ପ୍ରଭାବ ପିଲାଙ୍କ ଉପରେ ବି ପଡ଼ିଥାଏ । ଏପରି ପରିସ୍ଥିତିରେ, ଚନ୍ଦ୍ରଗ୍ରହଣ ଶେଷ ହେବା ମାତ୍ରେ ଗର୍ଭବତୀ ମହିଳାଙ୍କୁ ତୁରନ୍ତ ଗାଧୋଇବା ଉଚିତ୍ ।

– ଏହା ବ୍ୟତୀତ ଚନ୍ଦ୍ରଗ୍ରହଣ ପରେ ଡାଲି ଦାନ କରିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏହା କରିବା ଦ୍ୱାରା ଜୀବନରେ ଆସୁଥିବା ସମସ୍ତ ଅସୁବିଧା ଶେଷ ହୁଏ ।

– ଚନ୍ଦ୍ରଗ୍ରହଣ ଶେଷ ହେବା ମାତ୍ରେ ପ୍ରଥମେ ଗାଧୋଇବା ଉଚିତ୍ ଏବଂ ଘରେ ଝାଡ଼ୁ ଓ ପୋଛା ଲଗାଇବା ଉଚିତ୍ । ଏହା ନକାରାତ୍ମକତାକୁ ଦୂର କରିଥାଏ ।

– ଚନ୍ଦ୍ରଗ୍ରହଣ ଶେଷ ହେବା ମାତ୍ରେ ଦେବୀ-ଦେବତାଙ୍କୁ ଦର୍ଶନ କରିବା ସହ ତାଙ୍କୁ ଗଙ୍ଗାଜଳରେ ସ୍ନାନ କରିବା ଉଚିତ୍ ।

Get real time updates directly on you device, subscribe now.