fbpx

ପୋଷ୍ଟ ଅଫିସରୁ ଟଙ୍କା ଉଠାଇବା ନିୟମରେ ହେଲା ପରିବର୍ତ୍ତନ: ଏବେ ଲାଗିବ ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ: ଆଜିକାଲି ପୋଷ୍ଟ ଅଫିସ ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଏବଂ ସୁବିଧା ମାଧ୍ୟମ ପାଲଟିଛି । ତେବେ ଆପଣ ମଧ୍ୟ ଯଦି ପୋଷ୍ଟ ଅଫିସର ବ୍ୟାଙ୍କରେ ଖାତା ରଖିଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଏକ ବଡ ଖବର । ପୋଷ୍ଟ ଅଫିସର ପେମେଣ୍ଟ ବ୍ୟାଙ୍କରୁ ଟଙ୍କା ଉଠାଇବାର ନିୟମ ଏବେ ପରିବର୍ତ୍ତନ ହୋଇଛି । ଆଧାର ଏନେବଲ୍ଡ ପେମେଣ୍ଟ ସିଷ୍ଟମରେ ଟ୍ରାଞ୍ଜାକ୍ସନ ଚାର୍ଜରେ ପରିବର୍ତ୍ତନ ଆଣିଛି ଇଣ୍ଡିଆ ପୋଷ୍ଟ ।

ଭାରତୀୟ ଡାକ ବିଭାଗ ପକ୍ଷରୁ କରାଯାଇଛି ଏକ ବଡ ପରିବର୍ତ୍ତନ । ଏଣିକି ପୋଷ୍ଟ ଅଫିସ ପେମେଣ୍ଟ ବ୍ୟାଙ୍କରୁ ଟଙ୍କା ଉଠାଇବାରେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ । ଏହି ନିୟମ ଆସନ୍ତା ଡିସେମ୍ବର ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ତେବେ ଆଇପିପିବିର ହିତାଧିକାରୀମାନଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ । ଆଇପିପିବି ଗ୍ରାହକ ହୋଇ ନଥିବା ବ୍ୟକ୍ତିମାନେ ଏଣିକି ଏକାଧିକ ଟ୍ରାଞ୍ଜାକ୍ସନ କରିବା ଦ୍ୱାରା ଚାର୍ଜ ଦେବାକୁ ବାଧ୍ୟ ହେବେ । ଆଧାର କାର୍ଡ ଦ୍ୱାରା ଟଙ୍କା ଉଠାଇବା ତଥା ଜମା କରିବା କିମ୍ବା ମିନି ଷ୍ଟେଟମେଣ୍ଟ ବାହାର କରିବା ଉପରେ ଏହି ଚାର୍ଜ ଜାରି କରାଯିବ ।

ସର୍କୁଲାର ଅନୁଯାୟୀ, ମାସିକ ଫ୍ରି ଲିମିଟରୁ ଅଧିକ ଟ୍ରାଞ୍ଜାକ୍ସନ କରିବା ଦ୍ୱାରା ଗ୍ରାହକଙ୍କୁ ଟଙ୍କା ଉଠାଇବା ଏବଂ ଡିପୋଜିଟ ପାଇଁ ୨୦ ଟଙ୍କା ସହିତ ଜିଏସଟି ମଧ୍ୟ ଦେବାକୁ ପଡିବ । ତେବେ ମିନି ଷ୍ଟେଟମେଣ୍ଟ ପାଇଁ ଗ୍ରାହକ ଟ୍ରାଞ୍ଜାକ୍ସନ ପ୍ରତି ୫ ଟଙ୍କା ଲେଖାଏଁ ଚାର୍ଜ ଦେବାକୁ ପଡିବ । NPCI କହିଛି ଯେ ଆଧାର ନମ୍ବର ଏବଂ ବାୟୋମେଟ୍ରିକ୍ସ ବ୍ୟବହାର କରି ଲାଭ ପାଇବା ପାଇଁ AePS ବ୍ୟବହାର କରିବା ସହଜ ଏବଂ ନିରାପଦ ହୋଇଥାଏ ଜ୍ଝ

Get real time updates directly on you device, subscribe now.