fbpx

ଆଜି ମହାନବମୀରେ କରନ୍ତୁ ଏହି କାମ: ମିଳିବ ମାଙ୍କ କୃପା, ଦୂର ହେବ ସମସ୍ୟା

ଆଜି ହେଉଛି ଶାରଦୀୟ ନବରାତ୍ରରୀର ମହାନବମୀ ତିଥି । ଏହି ଦିନ ମା ଦୁର୍ଗାଙ୍କ ନବରାତ୍ରୀର ଶେଷ ଦିନ ଯାହାର ଅନେକ ମହତ୍ୱ ଏବଂ ଗୁରୁତ୍ବ ରହିଥାଏ । ନବରାତ୍ରୀର ନବମୀ ଦିନ ମା ଦୁର୍ଗାଙ୍କ ସିଦ୍ଧିଦାତ୍ରୀଙ୍କ ଅବତାରକୁ ପୂଜା କରାଯାଏ । ଏଥିସହିତ୯ ଦିନ ଘରି ଚାଲିଥିବା ନବରାତ୍ରୀ ବତ୍ରର ସମାପ୍ତ ହୋମ ଏବଂ କନ୍ୟା ପୂଜନ ମାଧ୍ୟରେ କରାଯାଇଥାଏ । ଏହି ଦିନ ଏପରି କିଛି କାର୍ଯ୍ୟ ଅଛି ଯାହା କରିବା ଦ୍ୱାରା ମା ଦୁର୍ଗାଙ୍କ କୃପା ଦୃଷ୍ଟି ପଡିଥାଏ । ଫଳରେ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ମନୋସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ନବମୀ ଦିନ କଣ କରିବା ଉଚିତ୍ ଯାହା ଦ୍ୱାରା ମା ପ୍ରଶନ୍ନ ହୋଇଥାନ୍ତି ।

ମହା ନବମୀ ଦିନ କରନ୍ତୁ ଏହି କାର୍ଯ୍ୟ:

ଆଗ୍ନେୟ କୋଣରେ ଦୀପ ଜାଳନ୍ତୁ: ବାସ୍ତୁ ଶାସ୍ତ୍ର ଅନୁଯାୟୀ ଦୁର୍ଗାପୂଜାର ମହା ନମବୀ ଦିନ ଘରର ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ-ପୂର୍ବର ମଝି ଭାଗରେ ମା ଦୁର୍ଗାଙ୍କୁ ସ୍ମରଣ କରି ଏକ ଦୀପ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ମା ଙ୍କ କୃପା ଦୃଷ୍ଟି ପଡିବା ସହିତ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ । ଏଥିସହିତ ବହୁ ଦିନରୁ ଭୋଗୁଥିବା ରୋଗ ମଧ୍ୟ ଭଲ ହୋଇଥାଏ । ଏତତ୍ ବ୍ୟତୀତ ଆଗ୍ନେୟ କୋଣରେ ଏହି ଦୀପ ଜାଳିବା ଦ୍ୱାରା ଶତ୍ରୁଙ୍କ ବିନାଶ ମଧ୍ୟ ହୋଇଥାଏ ।

ମା ଦୁର୍ଗାଙ୍କ ସପ୍ତଶତି ଶ୍ରୋତ ପାଠ କରନ୍ତୁ: ଦୁର୍ଗା ପୂଜାର ମହା ନବମୀ ଦିନ ମାଙ୍କ ସିଦ୍ଧିଦାତ୍ରୀ ଆବତାରକୁ ପୂଜା କରାଯାଇଥାଏ । ଏହି ଦିନ ମାଙ୍କ ସପ୍ତଶତି ଉତ୍ତମ ଚରିତ୍ର ଶ୍ରୋତ ମଧ୍ୟ ପାଠ କରାଯାଇଥାଏ । ଏହି ଶ୍ରୋତ ପାଠ କରିବା ଦ୍ୱାରା ମା ଦୁର୍ଗା ତାଙ୍କ ଭକ୍ତଙ୍କ ଉପରେ ପ୍ରଶନ୍ନ ହୋଇଥାନ୍ତି । ଯାହାଫଳରେ ସେ ତାଙ୍କ ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି ।

କନ୍ୟା ପୂଜନ କରନ୍ତୁ: ମହା ନବମୀ ଦିନ ୨ ରୁ ୧୦ ବର୍ଷ ମଧ୍ୟରେ ୯ ଜଣ ଶିଶୁ କନ୍ୟାଙ୍କୁ ପୂଜା କରନ୍ତୁ ଏଥି ସହିତ ସେମାନଙ୍କୁ ଭୋଜନ ସହ କିଛି ଉପହାର ମଧ୍ୟ ଦିଅନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ମା ଦୁର୍ଗା ଅତ୍ୟନ୍ତ ଖୁସି ହୋଇଥାନ୍ତି । ଯାହାଫଳରେ ଘରର ସମସ୍ତ ସମସ୍ୟା ଦୂର ହୋଇଥାଏ ।

ମା ଙ୍କୁ ଗଙ୍ଗା ଜଳରେ ସ୍ନାନ କରାନ୍ତୁ: ନବରାତ୍ରୀର ଶେଷ ଦିନ ଅର୍ଥାତ ମହା ନବମୀ ଦିନ ମା ଦୁର୍ଗାଙ୍କ ପ୍ରତିମାକୁ ଗଙ୍ଗାଜଳରେ ସ୍ନାନ କରାନ୍ତୁ ଏହଂ ଏହା ପରେ ଭକ୍ତିର ସହିତ ଦୁର୍ଗା ରକ୍ଷା ଶ୍ରୋତ ପାଠ କରନ୍ତୁ । ଅପରି କରିବା ଦ୍ୱାରା ଘରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବା ସହିତ ଘରର ଅଶାନ୍ତି ମଧ୍ୟ ଦୂର ହୋଇଥାଏ ।

ମା ଲକ୍ଷ୍ମୀ ମନ୍ତ୍ର ଜପ କରନ୍ତୁ: ବାସ୍ତୁ ଶାସ୍ତ୍ର ଅନୁସାରେ ମହାନବମୀ ଦିନ ଏକ ନିରଳା କକ୍ଷ ଭିତରେ ଉତ୍ତର ଦିଗକୁ ମୁହଁ କରି ବସନ୍ତୁ । ବସିବା ସମୟରେ ହଳଦିଆ ରଙ୍ଗର ଏକ ଆସନ ବ୍ୟବହାର କରନ୍ତୁ । ଏହାପରେ ମା ଦୁର୍ଗାଙ୍କ ଏକ ଫଟୋ କିମ୍ବା ମୂର୍ତ୍ତି ରଖି ତାଙ୍କ ଆଗରେ ୯ ଟି ଦୀପ ଜାଳି ସେହି ଦୀପକୁ ଲାଲି ରଙ୍ଗର ଚାଉଳ ମାଧ୍ୟରେ ଘେରି କରନ୍ତୁ ଏବଂ ତା ଉପରେ ଶ୍ରୀ ଯନ୍ତ୍ର ସ୍ଥାପିତ କରନ୍ତୁ । ଏହା ପରେ ମା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ । ଏହାପରେ ଶ୍ରୀ ଯନ୍ତ୍ରକୁ ଘରର ଠାକୁର ଘରେ ରଖି ଦିଅନ୍ତୁ । ତେବେ ଏପରି କରିବା ଦ୍ୱାରା ମା ଦୁର୍ଗାଙ୍କ ବିଶେଷ କୃପା ରହିବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଥାଏ ।

Get real time updates directly on you device, subscribe now.