fbpx

ପାର୍ବଣ ଋତୁରେ HONDA ର ଜବରଦସ୍ତ ଅଫର୍: ୨୦୨୨ ରେ କିଣନ୍ତୁ କାର୍, ୨୦୨୩ ରେ ଦେବେ ଟଙ୍କା!… 

ନୂଆଦିଲ୍ଳୀ: ଭାବନ୍ତୁ ଆପଣ କାର୍ କିଣିବାକୁ ଯାଉଛନ୍ତି । ଆଉ ଏମିତିରେ ଯଦି କାର୍ କମ୍ପାନୀ ଆପଣଙ୍କୁ କହୁଛନ୍ତି ଯେ ଆପଣ କିଛି ମାସଯାଏଁ କାର୍ ଚଳାନ୍ତୁ ଏବଂ ଏହାର ପେମେଣ୍ଟ କିଛି ମାସ ପରେ କରିବେ । ଏଭଳି କିଛି ଶୁଣିଲେ ଆପଣ ନିଶ୍ଚୟ ଖୁସିହୋଇଯିବେ । ଏବେ ଆପଣ ମଧ୍ୟ ଏହି ଖୁସିକୁ ସତରେ ଅନୁଭବ କରିପାରିବେ । ପ୍ରକୃତରେ ହୋଣ୍ଡା କାର୍ସ ଇଣ୍ଡିଆ ଏଭଳି ଏକ ଅଫର୍ ‘ ଡ୍ରାଇଭ ଇନ୍ ୨୦୨୨, ପେ ଇନ୍ ୨୦୨୩’ (Drive in 2022, Pay in 2023) ଆଣିଛି ।

ବର୍ତ୍ତମାନ ଦେଶରେ ପାର୍ବଣ ଋତୁ ଚାଲିଛି ଏବଂ ଏହି ସମୟରେ କମ୍ପାନୀମାନେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଭଲ ଭଲ ଅଫର ଦେଉଛନ୍ତି । ଏହାରି ମଧ୍ୟରେ ଜାପାନୀ କାର୍ ନିର୍ମାତା କମ୍ପାନୀ ହୋଣ୍ଡା କାର୍ସ ଇଣ୍ଡିଆ ସୋମବାର ଦେଶର ଏହି ଅଫରର ଲଞ୍ଚ କରିଛି, ଯାହାକୁ ନେଇ ଚର୍ଚ୍ଚା ହେଉଛି । ପ୍ରକୃତରେ କମ୍ପାନୀ ‘ଡ୍ରାଇଭ ଇନ୍ ୨୦୨୨, ପେ ଇନ୍ ୨୦୨୩’ ଅଫର୍ ଆଣିଛି । ନାଁ ରୁ ଜାଣିପାରୁଥିବେ ଏହି ଅଫର ବିଷୟରେ । ଅର୍ଥାତ୍ ୨୦୨୨ ରେ ହୋଣ୍ଡାର କାର୍ କିଣନ୍ତୁ ଏବଂ ଏହାର ପେମେଣ୍ଟ ଆସନ୍ତା ବର୍ଷ ୨୦୨୩ରେ କରନ୍ତୁ । ଏହି ଅଫର୍ ପାଇଁ କମ୍ପାନୀ କୋଟକ୍ ମହିନ୍ଦ୍ରା ପ୍ରାଇମ ଲିମିଟେଡ(କେଏମପିଏଲ) ସହ ପାର୍ଟନରସିପ୍ କରିଛି । ପ୍ରକୃତରେ ଏହି ଅଫର କାରର ଇଏମଆଇ ଉପରେ ରହିଛି ।

ବିଜନେସ ଟୁଡେର ଏକ ରିପୋର୍ଟ ଅନୂଯାୟୀ, କମ୍ପାନୀ ଏହି ଅଫର୍ ହୋଣ୍ଡା ସିଟି (Honda City) ଏବଂ ହୋଣ୍ଡା ଆମେଜ (Honda Amaze) ମଡେଲ ଉପରେ ଆଣିଛି । ଏହି ସ୍କିମ୍ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ରହିଛି । ଏହି ସମୟ ମଧ୍ୟରେ ହୋଣ୍ଡା ସିଟି ଏବଂ ହୋଣ୍ଡା ଆମେଜ୍ ବୁକ୍ କରୁଥିବା ଗ୍ରାହକଙ୍କୁ ଏହାର ଫାଇଦା ମିଳିପାରିବ । କମ୍ପାନୀ ଆଶା ରଖିଛି ଯେ ଏହି ଅଫର ଦ୍ୱାରା ପାର୍ବଣ ଋତୁରେ କାର ବିିକ୍ରି ବୃଦ୍ଧି ହେବ ।

ହୋଣ୍ଡାର ‘ ଡ୍ରାଇଭ ଇନ୍ ୨୦୨୨ ପେ ଇନ ୨୦୨୩ ଫାଇନାନ୍ସ ସ୍କିମରେ ଗ୍ରାହକଙ୍କୁ ଚଳିତ ବର୍ଷ ଅର୍ଥାତ୍ ୨୦୨୨ ରେ ହୋଣ୍ଡା ଆମେଜ୍ କିମ୍ବା ହୋଣ୍ଡା ସିଟି ର କୌଣସି ଭ୍ୟାରିଏଣ୍ଟ କିଣିବା ଦ୍ୱାରା ଏହାର ନିୟମିତ ଇଏମଆଇ ପେମେଣ୍ଟ ଆସନ୍ତା ବର୍ଷ ୨୦୨୩ ରୁ କରିବାର ସୁବିଧା ଦେବ । କାରର ଅନ-ରୋଡ୍ ଦର ୮୫ ପ୍ରତିଶତ ପର୍ଯ୍ୟନ୍ତ ଫାଇନାନ୍ସ ପ୍ରଥମ ତିନି ମାସ ପାଇଁ EMI ଛାଡ଼ ରହିବ । ଚତୁର୍ଥ ମାସରୁ ଇଏମଆଇ ଆରମ୍ଭ ହେବ ।

 

Get real time updates directly on you device, subscribe now.