fbpx

କୋଲେଷ୍ଟ୍ରଲ ସମସ୍ୟା ରହିଛି କି ? ଜାଣନ୍ତୁ କେଉଁ ତେଲ ବ୍ୟବହାର କରିବେ

ଓଡିଶା ଭାସ୍କର: ଭାରତରେ ଦିନକୁ ଦିନ ଅନେକ ଲୋକଙ୍କୁ ହାଇ କୋଲେଷ୍ଟ୍ରଲ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । କାରଣ ବର୍ତ୍ତମାନ ସମୟରେ ତେଲିଆ ଖାଦ୍ୟ ଖାଇବାର ମାତ୍ରା ଧୀରେ ଧୀରେ ବହୁତ ବଢିବାରେ ଦେଖାଯାଉଛି । ପ୍ରତ୍ୟେକ ଦିନ ଘରେ ଏବଂ ବଜାରରେ ବ୍ୟବହୃତ ଅଧିକାଂଶ ତେଲ ଖାଇବା ଦ୍ୱାରା ରକ୍ତରେ ଖରାପ କୋଲେଷ୍ଟ୍ରଲ ଜମା ହୋଇଯାଏ ମଧୁମେହ ଏବଂ ହୃଦଘାତର କାରଣ ହୋଇପାରେ । ଏହାକୁ ଏଡାଇବା ପାଇଁ ସଠିକ୍ ତେଲ ବାଛିବା ନିହାତି ଜରୁରୀ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ତେଲ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଇଥାଏ ।

ଆପଣମାନେ ଯଦି ଅତ୍ୟଧିକ ତେଲ ଯୁକ୍ତ ଖାଦ୍ୟ ଖାଆନ୍ତି ତେବେ ଏହା ଖରାପ କୋଲେଷ୍ଟ୍ରଲକୁ ନିଶ୍ଚିତ ବଢାଇଥାଏ । ଯେତେବେଳେ ଶରୀରରେ ଅତ୍ୟଧିକ ଚର୍ବି ବଢିବା ଆରମ୍ଭ କରେ, ଏହା ରକ୍ତରେ ଥିବା ଅନ୍ୟ ପଦାର୍ଥ ସହିତ ମିଶି ଏକ ପ୍ଲେକ୍ ତିଆରି କରିବା ଆରମ୍ଭ କରେ ଯାହା ଶରୀରର ମୁଖ୍ୟ ଧମନୀରେ ଲାଗି ରହିଥାଏ ।

ଯେତେବେଳେ ଆମ ଧମନୀରେ ଅତ୍ୟଧିକ ଖରାପ କୋଲେଷ୍ଟ୍ରଲ ଜମା ହୁଏ । ସେତେବେଳେ ଶରୀରର ସମସ୍ତ ଶିରାରେ ରକ୍ତ ଅବରୋଧ ହେବା ଆରମ୍ଭ କରିଥାଏ । ଏଥିସହ ହାର୍ଟକୁ ରକ୍ତ ସଞ୍ଚାଳନ ହେବାରେ ଅସୁବିଧା ହୋଇଥାଏ । ଯେତେବେଳେ ରକ୍ତ ସଞ୍ଚାଳନରେ ଚାପ ହେବା ଆରମ୍ଭ ହୋଇଥାଏ । ପରେ ଏହା ଉଚ୍ଚ ରକ୍ତଚାପରେ ସମସ୍ୟାରେ ପକାଇଥାଏ ।

ଆପଣମାନେ ଫ୍ଲେକ୍ସସିଡ୍ ବା ଅଳସୀ ତେଲକୁ ଜାଣିଥିବେ । ଅଧିକ କୋଲେଷ୍ଟ୍ରଲ କ୍ଷେତ୍ରରେ ଏହି ତେଲକୁ ନିହାତି ଖାଆନ୍ତୁ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଉଚ୍ଚ କୋଲେଷ୍ଟ୍ରଲରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଅଳସୀ ତେଲ ସବୁଠୁ ଭଲ ବୋଲି ବିବେଚନା କରାଯାଇଥାଏ । ଅଳଶୀ ତେଲକୁ ସାଲାଡ ସହିତ ମିଶାଇ ମଧ୍ୟ ଖାଇପାରିବେ । ଏହି ତେଲକୁ ଆପଣ ଯେତେବେଳେ ରନ୍ଧା ଖାଦ୍ୟରେ ଖାଇବେ ଏହାକୁ ଅଳ୍ପ ଫ୍ଲେମରେ ସାମାନ୍ୟ ଗରମ କରି ତାପରେ ବ୍ୟବହାର କରିପାରିବେ ।
ଅଳସୀ ତେଲରେ ଫ୍ୟାଟି ଏସିଡ୍ ପରିମାଣ ଭରପୁର ହୋଇ ରହିଥାଏ । ଏଥିରେ ଓଲିକ୍ ଏସିଡ୍, ଲିନୋଲିକ୍ ଏସିଡ୍ ଏବଂ ଆଲଫା-ଲିନୋଲେନିକ୍ ଏସିଡ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହି ତେଲ ଖରାପ କୋଲେଷ୍ଟ୍ରଲ କମାଇବା ସହାର୍ଯ୍ୟ କରିଥାଏ । ତେଣୁ ଅନ୍ୟ ରନ୍ଧନ ତେଲ ଅପେକ୍ଷା ଅଳସୀ ମଞ୍ଜିରୁ ପ୍ରସ୍ତୁତ ତେଲକୁ ଆପଣମାନେ ଖାଆନ୍ତୁ ।

Get real time updates directly on you device, subscribe now.