fbpx

ଆପଣଙ୍କ ହାତରେ ରଖିଛି କି ଏପରି ରେଖା ? ଜୀବନରେ ପାର୍ଟନରର ମିଳିବ ଭରପୂର ସହଯୋଗ

ହସ୍ତରେଖା ଶାସ୍ତ୍ର ଏମିତି ଏକ ବିଦ୍ୟା ଯେଉଁଠି ବ୍ୟକ୍ତିର ହାତରେ ଥିବା ରେଖା ଓ ଚିହ୍ନକୁ ଦେଖି ତାର ଭଲ-ମନ୍ଦ,ଗୁଣ, ସ୍ୱଭାବ,ପସନ୍ଦ-ଅପସନ୍ଦ ଓ ଭବଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତ ରେଖା ଶାସ୍ତ୍ର ଅନୁଯାୟୀ କିଛି ଏମିତି ଖାସ ରେଖା ଅଛି ଯାହା ବ୍ୟକ୍ତିକୁ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ ।

ହାତରେ ଏମିତି କିଛି ରେଖା ଥାଏ ଯାହା ବ୍ୟକ୍ତିର ସ୍ୱାସ୍ଥ୍ୟ, ସ୍ୱଭାବ, କାରିଅର, ଧନ ଓ ବୈବାହିକ ଜୀବନ ସମ୍ପର୍କରେ ବହୁତ ସୂଚନା ଦେଇଥାଏ । ଚନ୍ଦ୍ର ପର୍ବତରୁ ବାହାରିଥିବା ରେଖାର କିଛି ଖାସ କଥା ରହିଛି । ଆସନ୍ତୁ ଜାଣିବା କ’ଣ କହୁଛି ଏହି ରେଖା ।

ହସ୍ତରେଖା

– ଯଦି ଚନ୍ଦ୍ର ପର୍ବତ ଠାରୁ କୌଣସି ଭାଗ୍ୟ ରେଖା ବାହାରି ଶନି ପର୍ବତ ପର୍ଯ୍ୟନ୍ତ ଯାଇଥାଏ, ତେବେ ଏହାକୁ ବହୁତ ଶୁଭ ମନାଯାଇଥାଏ । ଏପରି ଲୋକଙ୍କୁ ବିଦେଶରୁ ଖୁବ ଅର୍ଥ ମିଳିଥାଏ ।

– ହସ୍ତରେଖା ଶାସ୍ତ୍ର ଅନୁସାରେ ବ୍ୟକ୍ତିର ହାତରେ ଥିବା ଚନ୍ଦ୍ର ପର୍ବତର ବହୁତ ମହତ୍ୱ ରହିଥାଏ । ଯଦି କୌଣସି ବ୍ୟକ୍ତିର ହାତରେ ଚନ୍ଦ୍ର ପର୍ବତରୁ ଭାଗ୍ୟ ରେଖା ବାହାରିଥାଏ, ତେବେ ଏପରି ବ୍ୟକ୍ତିଙ୍କ ବିବାହ ପରେ ଜୀବନସାଥୀର ସହଯୋଗରେ ବହୁତ ଉନ୍ନତି ମିଳିଥାଏ ।

– କୁହାଯାଏ କି ଯେଉଁ ଲୋକଙ୍କ ହାତରେ ଭାଗ୍ୟ ରେଖା ଯେତେ ସ୍ପଷ୍ଟ ହୋଇଥାଏ, ତାଙ୍କୁ ନିଜର ଜୀବନରେ ସେତେ ଶୁଭ ପରିଣାମ ମିଳିଥାଏ । ଏମିତି ଲୋକ ନିଜର କାର୍ଯ୍ୟକ୍ଷେତ୍ରରେ ସଫଳତା ସହ ବହୁତ ଧନ ପ୍ରାପ୍ତି କରିଥାନ୍ତି । ସେହିପରି ହାତରେ ଏକରୁ ଅଧିକ ଭାଗ୍ୟ ରେଖା ହେଲେ ବ୍ୟକ୍ତିଙ୍କୁ ବହୁ ସ୍ରୋତରୁ ଅର୍ଥ ମିଳିଥାଏ ।

Get real time updates directly on you device, subscribe now.