ନୂଆଦିଲ୍ଲୀ: ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ କମ୍ପାନୀ ଦ୍ୱାରା ସ୍ୱତନ୍ତ୍ର ଭାବେ ସାଲାରୀ ଆକାଉଣ୍ଟ ଖୋଲାଯାଇଥାଏ । ଏହା ସାଧାରଣତଃ ରେଗୁଲାର ବ୍ୟାଙ୍କ ଆକାଉଣ୍ଟଠାରୁ ଅଲଗା ହେବା ସହ ଏଥିରେ ଅନେକ ଫାଇଦା ମିଳିଥାଏ । ମାତ୍ର ଏହି ଫାଇଦା ବିଷୟରେ ଅନେକ ଲୋକ ଜାଣିନଥାନ୍ତି । ବ୍ୟାଙ୍କ କେବେ ବି ଗ୍ରାହକଙ୍କୁ ସାଲାରୀ ଆକାଉଣ୍ଟର ଫାଇଦା ବିଷୟରେ ସୂଚନା ଦେଇନଥାଏ । ଏସବିଆଇ ସାଲାରୀ ଆକାଉଣ୍ଟରେ କର୍ପୋରେଟ, ହସ୍ପିଟାଲ, ହୋଟେଲ ଆଦି କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ବେନିଫିଟ୍ ମିଳିଥାଏ । ଉକ୍ତ ଫାଇଦାଗୁଡ଼ିକ ମଧ୍ୟରେ- ଜିରୋ ବାଲାନ୍ସ ଆକାଉଣ୍ଟ, ଯେ କୌଣସି ବ୍ୟାଙ୍କ ଏଟିଏମରୁ ଫ୍ରି ଅନଲିମିଟେଡ ଟ୍ରାଞ୍ଜାକସନ, ଫ୍ରି ଏଟିଏମ କମ୍ ଡେବିଟ୍ କାର୍ଡ, ଜଏଣ୍ଟ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ଏଟିଏମ କାର୍ଡ, ଫ୍ରି ମଲ୍ଟିସିଟି ଚେକ, ଲକର ଚାର୍ଜ ଉପରେ ୨୫ ପ୍ରତିଶତ ଛାଡ଼, ଫ୍ରିରେ ଡ୍ରାଫ୍ଟ, ଏସଏମଏସ ଆଲର୍ଟ, ଅନଲାଇନ ନିଫ୍ଟ/ଆରଟିଜିଏସ, ୨ ମାସର ସାଲାରୀ ଉପରେ ଓଭରଡ୍ରାଫ୍ଟର ସୁବିଧା ଆଦି ଅନ୍ତର୍ଭୁକ୍ତ । ସାଲାରୀ ଆକାଉଣ୍ଟରେ ମଧ୍ୟ ଆହୁରି ଅନେକ ଲାଭ ମିଳିଥାଏ । ଜାଣନ୍ତୁ ସେସବୁ:-
ଏହାଛଡ଼ା ଯଦି ଆପଣଙ୍କ ପାଖରେ ଅଧିକ ଅର୍ଥ ମହଜୁଦ ରହିଛି, ତେବେ ଆପଣ ୱେଲଥ୍ ଆକାଉଣ୍ଟ ଖୋଲିପାରିବେ । ଏଥିପାଇଁ ବ୍ୟାଙ୍କ ଆପଣଙ୍କୁ ଡେଡିକେଟେଡ୍ ୱେଲଥ୍ ମାନେଜର ପ୍ରଦାନ କରିଥାଏ, ଯିଏକି ଆପଣଙ୍କର ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟର ଦେଖାଶୁଣା କରିଥାନ୍ତି । ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ଆକାଉଣ୍ଟ ଟ୍ରାନ୍ସଫର କରିବା ପ୍ରୋସେସ୍ ଅତି ସହଜ ହୋଇଥାଏ । ସାଲାରୀ ଆକାଉଣ୍ଟ ଖୋଲିବା ପାଇଁ ଆପଣ କୌଣସି କର୍ପୋରେଟ, ସରକାରୀ ବିଭାଗ, ପିଏସୟୁରେ କାର୍ଯ୍ୟ କରୁଥିବା ଆବଶ୍ୟକ । ଏଥିସହ ଗ୍ରାହକଙ୍କର ଉକ୍ତ ବ୍ୟାଙ୍କରେ କୌଣସି ଅନ୍ୟ ଆକାଉଣ୍ଟ ନଥିବା ଦରକାର । ସେଫ ଡିପୋଜିଟ୍ ଲକର, ସ୍ୱାଇପ୍ ଇନ, ସୁପର ସେଭର ଫାସିଲିଟି, ଫ୍ରି ଇନଷ୍ଟାଅଲଟର୍ସ, ଫ୍ରି ପାସବୁକ ଓ ଫ୍ରି ଇମେଲ ଷ୍ଟେଟମେଣ୍ଟ ପରି ସୁବିଧା ମଧ୍ୟ ବ୍ୟାଙ୍କ ପ୍ରଦାନ କରିଥାଏ ।