fbpx
BSKY
BJD MC SKY
BJD YOUTH SKY

“ଅହିର ସୌର୍ଯ୍ୟ ଦିବସ” କ’ଣ ଆପଣ ଜାଣିଛନ୍ତି କି? ଭାରତ- ଚୀନ୍ ଲଢେଇର ଏକ ରକ୍ତଭିଜା କାହାଣୀ…

ଓଡିଶା ଭାସ୍କର; ଆଜିର ଦିନରେ ଚୀନ୍ ସହ ଲଢେଇ କରି ଭାରତ ମାତା ତା’ର ଶହ ଶହ ବୀର ସୈନିକଙ୍କୁ ହରାଇଥିଲା ଆଉ ଚୀନକୁ ନିଜର ବଳ ବି ଦେଖାଇଥିଲା । ସିନୋ-ଭାରତୀୟ ଯୁଦ୍ଧ ଯାହା ଚୀନ୍-ଭାରତ ଯୁଦ୍ଧ ଭାବରେ ମଧ୍ୟ ଜଣାଶୁଣା । ଏହା ଚୀନ୍ ଏବଂ ଭାରତ ମଧ୍ୟରେ ଏକ ସଶସ୍ତ୍ର ସଂଘର୍ଷ ଯାହା ଅକ୍ଟୋବରରୁ ନଭେମ୍ବର ୧୯୬୨ ପର୍ଯ୍ୟନ୍ତ ଘଟିଥିଲା। ଏହା ସିନୋ-ଭାରତୀୟ ସୀମାକୁ ନେଇ ସାମରିକ ବିବାଦ ଘଟିଥିଲା। ଏହି ଯୁଦ୍ଧରେ ଚୀନର ୧୩୦୦ରୁ ଉର୍ଦ୍ଧ୍ଵ ସୈନିକ ମୃତ୍ୟବରଣ କରିଥିଲେ ଏବଂ ୩୦୦୦ ହଜାରରୁ ଉର୍ଦ୍ଧ୍ଵ ସୈନିକ କ୍ଷତିଗ୍ରସ୍ତ ହୋଇଥିଲେ ।

ଏହି ଭାରତ-ଚୀନ ଯୁଦ୍ଧରେ ୧୯୬୨ ମସିହା ନଭେମ୍ବର ୧୮ରେ ଭାରତର ଅନ୍ୟୁନ ୧୨୪ ଜଣ ସୈନିକ ଯୋଗଦାନ କରିଥିଲେ । ଏଥି ମଧ୍ୟରେ ୧୧୭ ଜଣ ଯାଦବ(ଅହିର) ସୈନିକ ଥିଲେ । ଯେଉଁମାନେ ଅଧିକରୁ ଅଧିକ ଚୀନ୍ ସୈନିକକୁ ପରାସ୍ତ କରିଥିଲେ । ଆଉ ଶେଷରେ ଦେଶ ମାତୃକା ପାଇଁ ନିଜର ପ୍ରାଣ ହରାଇଥିଲେ । ଏଣୁ ପ୍ରତିବର୍ଷ ଏହି ଦିନକୁ ଯାଦବ ମାନେ “ଅହିର ସୌର୍ଯ୍ୟ ଦିବସ” ଭାବେ ପାଳନ କରିଥା’ନ୍ତି । ଯେହେତୁ ଯୁଦ୍ଧରେ ଅହିର ବା ଯାଦବ ମାନେ ଅଧିକ ସଂଖ୍ୟାରେ ପ୍ରାଣ ହରାଇଥିଲେ, ଏଥିପାଇଁ ଭାରତୀୟ ସେନାରେ ଅହିର ରେଜିମେଣ୍ଟ ସ୍ଥାପନ ପାଇଁ ଦୀର୍ଘଦିନ ହେବ ଯାଦବ ସମ୍ପ୍ରଦାୟର ଲୋକ ଏନେଇ ଦାବି କରି ଆସୁଛନ୍ତି । ରେଜେଙ୍ଗାଲାରେ ପ୍ରାଣ ହରାଇଥିବା ସମସ୍ତ ସୈନିକଙ୍କ ସ୍ମୃତି ଉଦେଶ୍ୟରେ ବିଭିନ୍ନ ଯାଦବ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥାଏ ।

Get real time updates directly on you device, subscribe now.