fbpx

SEX ଜରିଆରେ ରୋଗୀ ଚିକିତ୍ସା କରୁଥିଲେ ଡାକ୍ତର: ହୋଟେଲ ରୁମରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଉଦ୍ଧାର; ଦେଖନ୍ତୁ ଭିଡିଓ

SEନୂଆଦିଲ୍ଲୀ: ସେକ୍ସ ଜରିଆରେୂ ରୋଗୀ ଚିକିତ୍ସା କରୁଥିବା ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କ ଅସଲ ଚେହେରା ସମସ୍ତଙ୍କ ସାମ୍ନାକୁ ଆସିଛି । ଛଦ୍ମବେଶରେ ରହିଥିବା ଜନୈକା ସାମ୍ବାଦିକା ଷ୍ଟିଙ୍ଗ ଅପରେସନ ଜରିଆରେ ଡାକ୍ତରଙ୍କୁ ଏକ୍ସପୋଜ କରିଛନ୍ତି । ଡ. ମ୍ୟାଜିକ ଫ୍ଲୁଟ ନାମରେ ପରିଚିତ ଏହି ଡାକ୍ତର ଜଣକ ମହିଳାଙ୍କୁ କ୍ୟାନ୍ସରରୁ ଭଲ କରୁଥିବା ନେଇ ଦାବି କରୁଥିଲେ । ଜିଓଭାନ୍ନି ମିନିଲୋ ନାମକ ଏହି ୬୦ ବର୍ଷୀୟ ଡାକ୍ତର ଜଣଙ୍କ ହୋଟେଲ ରୁମରୁ ଜଣେ ମହିଳା ରୋଗୀଙ୍କ ସହିତ ଧରାପଡିଥିଲେ । ବନ୍ଧ୍ୟା ସମସ୍ୟା ଏବଂ ଏଚପିଭି କ୍ୟାନ୍ସରରେ ପୀଡିତ ଥିବା ମହିଳାଙ୍କୁ ଆରୋଗ୍ୟ କରୁଥିବା ନେଇ ଡାକ୍ତର ଦାବି କରୁଥିଲେ ।

ଏପରିକି ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ରହିଛି ଯାହା କେବଳ ବିନା କଣ୍ଡୋମରେ ସେକ୍ସ ଦ୍ୱାରା ରୋଗୀଙ୍କ ଶରୀରକୁ ସ୍ଥାନାନ୍ତର ହୋଇଥାଏ ବୋଲି ଏହି ଡାକ୍ତର ଜଣଙ୍କ ଦାବି କରନ୍ତି । ପୂର୍ବରୁ ୧୫ରୁ ଅଧିକ ମହିଳା ଏହି ଲମ୍ଫଟ ଡାକ୍ତରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ତେବେ ୩୩ ବର୍ଷୀୟ ମହିଳା ଆନ୍ନା ମାରିଆ ଡାକ୍ତରଙ୍କୁ ଏକ୍ସପୋଜ କରିବାକୁ ନିଷ୍ପତ୍ତି ନେଇଥିଲେ । ଡାକ୍ତରଙ୍କ ସହିତ ହୋଟେଲ ରୁମକୁ ଯିବା ପରେ ସାମ୍ବାଦିକା ଜଣଙ୍କ ମଧ୍ୟ ପ୍ରବେଶ କରିଥିଲେ । ଏହାପରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଡାକ୍ତର ହୋଟେଲ ରୁମରୁ ବାହାରିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.