fbpx

ମଙ୍ଗେତରକୁ ଦେଖା କରିବାକୁ ଯାଇ ଲକ୍-ଡାଉନରେ ଫସିଲେ ଡାକ୍ତର, ଶେଷରେ ଶଶୂର ଘରେ ରଚିଲେ ବିବାହ

ଦେଶରେ ଅଚାନକ୍ ଲକ୍-ଡାଉନ୍ ଲାଗୁ ହେବାରୁ ଅନେକ ଲୋକ ଅନେକ ସ୍ଥାନରେ ଫସିରହିଛନ୍ତି । ସେହିଭଳି ଜଣେ ଡାକ୍ତର ନିଜ ମଙ୍ଗେତରକୁ ଦେଖାକରିବାକୁ ଯାଇ ଫସିଯିବାରୁ ଶଶୂରଘରେ ହିଁ ବିବାହ କରିବାକୁ ପଡିଛି । ଏହି ଅଜବଗଜବ ବିବାହ ବେକାନେରର ଗଙ୍ଗାସହରରେ ଦେଖିବାକୁ ମିଳିଛି । ଖବର ମୁତାବକ, ଜୋଧପୁର ବାସିନ୍ଦା ଓ ଅହମ୍ମଦାବାଦରେ କାମ କରୁଥିବା ଡାକ୍ତର ବିବେକ ମେହତାଙ୍କ ନିବର୍ନ୍ଧ ବିକାନେରର ପୂଜା ଚୋପଡାଙ୍କ ସହ ହୋଇସାରିଥିଲା । ବିବେକ ନିଜ ମଙ୍ଗେତରକୁ ଦେଖା କରିବାକୁ ଆସିଥିବା ବେଳେ ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିଲା । ବାଧ୍ୟ ହୋଇ ତାଙ୍କୁ ହେବାକୁ ଥିବା ଶଶୂର ଘରେ ରହିବାକୁ ପଡିଲା । କିନ୍ତୁ ଲକ୍-ଡାଉନ୍ ଅବଧି ପୁନଃ ବଢିବାରୁ ଶଶୂରଘର ଲୋକଙ୍କୁ ଚିନ୍ତାରେ ପଡିଗଲେ । ବିନା ବିବାହରେ ଏତେ ଦିନ ଜ୍ୱାଇଁ ଘରେ ରହୁବା ଠିକ୍ ନୁହେଁ ଭାବି ଦୁହିଁଙ୍କ ପରିବାର ସହମତିରେ ଶେଷରେ ବିବାହ ସମ୍ପନ୍ନ ହୋଇଥିଲା । ଏବେ ବିବେକ ନିଜ ପତ୍ନୀଙ୍କ ସହ ଶଶୂର ଘରେ ରହୁଛନ୍ତି । ଲକ୍-ଡାଉନ୍ ଶେଷ ହେଲେ ପୂଜା ନିଜ ଶାଶୁଘରକୁ ଆସିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.