fbpx

ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପଢ଼ି ଶୁଣାଇଲେ ବାଗଚୀ

ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାଙ୍କ ପାଇଁ ଦେଇଥିବା ବାର୍ତ୍ତାକୁ ସେ ଶୁଣାଇଛନ୍ତି । କୋଣାର୍କ ମୁଣ୍ଡି ମାରିବା ନେଇ ସମସ୍ତେ ଡରିଥିଲେ କିନ୍ତୁ ଧରମା ଡ଼ରି ନଥିଲା । ଇଂରେଜ ସୈନିକଙ୍କ ଆଗରେ ୧୨ବର୍ଷର ବାଜି ରାଉତ ଡରିନଥିଲା । କରୋନାକୁ ଡରିବା ନାହିଁ ବରଂ ମିଳିମିଶି ମୁକାବିଲା କରିବା । ସାଙ୍ଗ ସାଥୀରେ ଏବେ ଖେଳିବା ନାହିଁ । ଯେକୌଣସି ଖେଳରେ ସାଙ୍ଗମାନଙ୍କ ନିକଟକୁ ଯିବାର ଆଶଙ୍କା ଥାଏ । ହାତ ବାରମ୍ବାର ଧୋଇବାକୁ ବଡ଼ ଲୋକଙ୍କୁ ବୁଝାଇବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସ୍କୁଲ ବହି ପୁଣି ଥରେ ପଢ଼ିବାକୁ ପରାମର୍ଶ ଦେଇଛନ୍ତି । ବର୍ଷକର ବହି କାଢ଼ି ସବୁଦିନ ଗୋଟିଏ ଗୋଟିଏ ବିଷୟ ପଢ଼ିବା । ଘର କାମରେ ଆମେ ବାପା ମାଙ୍କୁ ସହଯୋଗ କରିବା । ଜେଜେ ବାପା, ଜେଜେମା ଙ୍କ ସେବା କରିବା । ଏହାସହ ବାପା, ମାଙ୍କ ମନ କିଣିଲେ ସାରା ପୃଥିବୀ ଜିତିବ । ଭାଇ, ଭଉଣୀଙ୍କ ସହ ଝଗଡ଼ା କରିବାନି । ଆଜିଠୁ ମିଶାଇ ସବୁ ସପ୍ତାହରେ ନୂଆ ନୂଆ କଥା ଶିଖିବା । ଲଢ଼ିବା, ପଢ଼ିବା, ଗଢ଼ିବା ଓ ଶ୍ରେଷ୍ଠ ହେବା । ଏହି ମୂଲ୍ୟବାନ ସମୟକୁ ନଷ୍ଟ ଛାତ୍ରଛାତ୍ରୀ ନଷ୍ଟ କରନ୍ତୁନି । ଜେଜେବାପା, ଜେଜେ ମାଙ୍କ ପାଖରେ ବସି ଗପ ଶୁଣିବା । ବହି ପଢ଼ିଲେ ଆମର ଜ୍ଞାନ ବଢ଼ିବ, କଳ୍ପନା ଶକ୍ତି ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି ଆଜି ରାଜ୍ୟରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ ୮୭ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୫୩ଜଣ ରାଜ୍ୟରେ କରୋନା ଆକ୍ରାନ୍ତରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଆଜି ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରିବା ସହ ସେଠାକାର ସ୍ଥିତି ସମୀକ୍ଷା କରିଥିଲେ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର ।

Get real time updates directly on you device, subscribe now.