fbpx

ଦେଶରେ ୨୪ଘଣ୍ଟାରେ ୧୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୩ା୪: କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦ କଟକଣା ଭିତରେ ଅଟା ଓ ଡାଲି ମିଲ ଖୋଲା ରହିବ । ପ୍ରିପେଡ଼ ମୋବାଇଲ ସର୍ଭିସକୁ କୋହଳ କରାଯାଇଛି । ଏହାସହ ମିଲ୍କ ପ୍ରୋସେସିଂ ୟୁନିଟ୍ ଉପରେ ମଧ୍ୟ ଲାଗୁ ହୋଇଥିବା କଟକଣାକୁ କିଛି ମାତ୍ରାରେ କୋହଳ କରାଯାଇଛି । ବହି ଦୋକାନ, ପଙ୍ଖା ମରାମତି ଦୋକାନ ଖୋଲା ରହିବ । ସଡ଼କ ନିର୍ମାଣ, ଇଟା ଭାଟି କାମ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ର୍ଦୁବ୍ୟବହାର କଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଡାକ୍ତରଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।
ଦେଶରେ ୨୪ଘଣ୍ଟାରେ ୧୪୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୮ଜିଲ୍ଲାରେ ୧୪ଦିନ ହେବ କିଛି ନୂଆ କେସ୍ ଆସିନାହିଁ । ଦେଶରେ ସମୁଦାୟ ୨୧,୩୯୩ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ଏଯାଏଁ ୬୮୧ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୧୬,୪୫୪ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୪୨୫୭ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଦେଶରେ କରୋନା ମୁକାବିଲା ଆମ ପାଇଁ ଆହ୍ୱନ ବୋଲି ଆଇସିଏମଆର କହିଛି । ବଡ଼ କଷ୍ଟକର ସମୟ ଦେଇ ଦେଶ ଗତି କରୁଛି । କରୋନା ବିରୋଧରେ ପ୍ରମୁଖ ଅସ୍ତ୍ର ହେଉଛି ଟେଷ୍ଟିଂ । ସଂଖ୍ୟା ଗଣିତକୁ ବାଦ ଦେଇ ରଣନୀତି ଆପଣାଇବାକୁ ପଡ଼ିବ । ଦେଶରେ ଏବେ ବି ସ୍ଥିତି ବହୁି ବିଗିଡ଼ି ନାହିଁ ବୋଲି ଆଇସିଏମଆର କହିଛି ।

Get real time updates directly on you device, subscribe now.