fbpx

(Video)ସରକାରୀ ହସ୍ପିଟାଲ ମଧ୍ୟରେ ପ୍ରି-ୱେଡିଂ ଫଟୋଶୁଟ୍ କଲେ ଡାକ୍ତର, ଭିଡିଓ ଭାଇରାଲ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଜିକାଲି ବିବାହ ପୂର୍ବରୁ ପ୍ରିୱେଡିଂ ଫଟୋଶୁଟ୍ କରିବା ଏକ ଟ୍ରେଣ୍ଡ ପାଲଟିଗଲାଣି । ତେବେ ଏହି ଫଟୋଶୁଟ୍‌କୁ ସମସ୍ତଙ୍କ ଠାରୁ କିଛି ଅଲଗା କରିବା ପାଇଁ ଲୋକମାନେ ଆଜିକାଲି ସବୁ ସୀମା ଟପିଯାଉଛନ୍ତି । ଏପରି କରିବା ଦ୍ୱାରା କାହାର କିଛି କ୍ଷତି ହେଉଛି ବା କାହାକୁ ଆଘାତ ପହଞ୍ଚୁଛି ତାହା ଦେଖିବାକୁ ଯେପରି କାହାର ସମୟ ନାହିଁ । ଏପରି କିଛି ଦୃଶ୍ୟ ଏକ ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଏଠାରେ ଚୁକ୍ତିଭିତ୍ତିରେ କାମ କରୁଥିବା ଜଣେ ଡାକ୍ତର ନିଜ ଭାବି ପତ୍ନୀଙ୍କ ସହ ପ୍ରିୱେଡିଂ ଫଟୋଶୁଟ୍ କରାଇଛନ୍ତି ।

ଏହି ମାମଲା କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲାର । ଏହି ଫଟୋଶୁଟ୍ ଅପରେସନ ଥିଏଟର ମଝିରେ ହୋଇଛି । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳୁଛି କି ଡାକ୍ତର ଅଭିଷେକ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର କରୁଛନ୍ତି । ଏହି ସମୟରେ ପାଖରେ ଛିଡା ହୋଥଇବା କ୍ୟାମେରା ପର୍ସନ ଓ ଟେକନିସିଆନ୍ ହସୁଥିବାର ନଜର ଆସୁଛନ୍ତି । ଏହି ଫଟୋଶୁଟ୍‌ର ଥିମ୍ ମେଡିକାଲ ଥିଲା । ନକଲି ସର୍ଜରୀ ପରେ ରୋଗୀ ବି ଉଠି ବସି ହସୁଥିବାର ନଜର ଆସୁଛି । ତେବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଡା. ଅଭିଷେକଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଆଦେଶ ଦେଇଛନ୍ତି । ଏହି ମାମଲାରେ ମନ୍ତ୍ରୀ କହିଛନ୍ତି, ସରକାରୀ ହସ୍ପିଟାଲ ଜନତାଙ୍କ ସେବା ପାଇଁ ଉଦ୍ଦିଷ୍ଟ ନିଜ ବ୍ୟକ୍ତିଗତ କାମ ପାଇଁ ନୁହେଁ । ସେ ଏ ପ୍ରକାର ଅନୁଶାସନହୀନତାକୁ କେବେ ବି ବରଦାସ୍ତ କରିବେ ନାହିଁ ।

Get real time updates directly on you device, subscribe now.