fbpx

ଯୁବତୀଙ୍କୁ ବେହୋସ୍ କରି ଦୁଷ୍କର୍ମ କଲା ଡାକ୍ତର

ଦେଶରେ କରୋନା ମାମଲା ବଢିଚାଲିଥିବା ବେଳେ ଅପରାଧ ମଧ୍ୟ କମିବାର ନା ନେଉନାହିଁ । ନିକଟରେ ମଧ୍ୟପ୍ରଦେଶର ଇନ୍ଦୌରରୁ ଏକ ମାମଲା ସାମନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଛି ଡାକ୍ତର । ଏହି ମାମଲା ଇନ୍ଦୌର ସହରର ମାନାବତା ନଗରର ବୋଲି ଜଣାପଡିଛି । ଘରୋଇ କ୍ଲିନିକରେ ଇଞ୍ଜେକସନ୍ ଦେଇ ବେହୋସ କରିବା ପରେ ଡାକ୍ତର ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ପୋଲିସର କହିବା ମୁତାବକ, ପୀଡିତାଙ୍କର ୨ ଦିନ ପୂର୍ବରୁ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ସେ ନିକଟସ୍ଥ ନାଗେନ୍ଦ୍ର କ୍ଲିନିକକୁ ଯାଇଥିଲେ । ଡାକ୍ତର ପରୀକ୍ଷା କରିବା ପରେ ଏକ ଇଞ୍ଜେକସନ ଦେଇଥିଲେ । ଇଞ୍ଜେକସନ ଦେବା ପରେ ଯୁବତୀ ବେହୋସ୍ ହୋଇଥିଲେ ଓ ହୋସ୍ ଆସିବା ପରେ ଡାକ୍ତରଙ୍କ କର୍ତ୍ତୃତ୍ୱ ଜଣାପଡିଥିଲା । ଏନେଇ ଯୁବତୀ ଜଣକ ପରିବାର ଲୋକଙ୍କୁ ଜଣାଇବା ସହ ଥାନରେ ଏତଲା ଦେଇଥିଲେ ।

Get real time updates directly on you device, subscribe now.