fbpx
BJD SKY
BJD SKY

(Video) ବିରଳ ଅସ୍ତ୍ରୋପଚାର: ମଦ୍ୟପ ବନ୍ଧୁମାନେ ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତିକଲେ କାଚ ଗ୍ଲାସ, ପେଟ କାଟି ବାହାର କଲେ ଡାକ୍ତର

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବ୍ରହ୍ମପୁର ଏମକେସିଜି ମେଡିକାଲର ସର୍ଜରୀ ବିଭାଗରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ମଳଦ୍ୱାରରେ ଏକ କାଚ ଗ୍ଲାସ ପଶି ଯାଇଥିଲା । ଡାକ୍ତରମାନେ ୨ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରି ଶେଷରେ ସଫଳ ହୋଇଥିଲେ । ଉକ୍ତ ବ୍ୟକ୍ତିଙ୍କ ମଳଦ୍ୱାରରେ ପଶିଥିବା କାଚ ଗ୍ଲାସକୁ ଅସ୍ତ୍ରୋପଚାର କରି ବାହାରକୁ କାଢ଼ିଥିଲେ ।

ଜଣାପଡ଼ିଛି, ଗୁଜରାଟର ସୁରଟ ଅଞ୍ଚଳରେ ରହୁଥିବା କୃଷ୍ଣଙ୍କ ମଳଦ୍ୱାରରେ ଏକ କାଚ ଗ୍ଲାସ ପଶିଯାଇଥିଲା । ତାଙ୍କର କିଛି ମଦ୍ୟପ ବନ୍ଧୁ ତାଙ୍କ ମଳଦ୍ୱାରରେ ଜୋରଜବଦରସ୍ତି ଏକ କାଚ ଗ୍ଲାସ ଭର୍ତ୍ତି କରିଦେଇଥିଲେ । ଏହାପରେ ମଳଦ୍ୱାର ଦେଇ ଗ୍ଲାସଟି ପେଟ ଭିତରକୁ ପଶି ଯାଇଥିଲା । କୃଷ୍ଣଙ୍କ ପେଟ ଯନ୍ତ୍ରଣା ହେବାରୁ ସେ ଟ୍ରେନ ଯୋଗେ ତାଙ୍କ ଗ୍ରାମ ବୁଗୁଡ଼ାକୁ ପଳାଇ ଆସିଥିଲେ ।

କୃଷ୍ଣଙ୍କ ପେଟ ଭୀଷଣ ବ୍ୟଥା ହେବାରୁ ସେ ଏମକେସିଜି ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲେ । ଏହାମଧ୍ୟରେ ତାଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି । ଡାକ୍ତରମାନେ କାଚ ଗ୍ଲାସକୁ ପେଟ କାଟି ବାହାର କରିଥିଲେ । ପ୍ରଥମେ ଡାକ୍ତରମାନେ ମଳଦ୍ୱାର ଦେଇ ଗ୍ଲାସକୁ ବାହାର କରିବାକୁ ଚେଷ୍ଟା କରିଥିଲେ । ମାତ୍ର ତାହା ବିଫଳ ହେବା ପରେ ପେଟ କାଟି ବାହାର କରିଥିଲେ ।

Get real time updates directly on you device, subscribe now.