fbpx

ରିଲିଜ୍ ହେଲା God Fatherର ଟିଜର : ସଲମାନ ଓ ଚିରଞ୍ଜୀବିଙ୍କ ଧମାକାଦାର ଏଣ୍ଟ୍ରୀ

ମୁମ୍ବାଇ: ନିକଟରେ ସାଉଥ ମୁଭି କାର୍ତ୍ତିକେୟ-୨ ରିଲିଜ ହୋଇଥିବା ବେଳେ ଏହା ସୁପରହିଟ୍ ହୋଇଛି । ତେବେ ଆଜି ଆଉ ଏକ ସାଉଥ୍ ମୁଭି ଗଡ୍ ଫାଦରର ଟିଜର ରିଲିଜ ହୋଇଛି । ଏହି ଚଳଚିତ୍ରଟି ହେଉଛି ମେଗା ଷ୍ଟାର ଚିରଞ୍ଜୀବିଙ୍କର ମୋଷ୍ଟ ଅବଡେଟ୍ ମୁଭି । ଏହି ଫିଲ୍ମର ଟିଜର ରିଲିଜ ହେବାପରେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ଦେବାର ଲାଗିଛି । ତେବେ ସାଉଥ୍ ମୁଭି ଗଡ୍ ଫାଦରର ଟ୍ରିଜରେ ବଲିଉଡର ଦବଙ୍ଗ ଷ୍ଟାର ସଲମାନଙ୍କ ଧମାକାଦାର ଏଣ୍ଟ୍ରୀ ଦେଖି ଫ୍ୟାନ୍ସ ମାନେ ଖୁବ୍ ଉତ୍ସାହିତ ଅଛନ୍ତି ।

ଗଡ୍ ଫାଦର ଚଳଚିତ୍ରର ଟିଜରରେ ସଲମନ ଖାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଜାଗା ଦିଆଯାଇଛି । ତେବେ ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ଏହି ଚଳଚିତ୍ରରେ ସଲମନ ଖାନଙ୍କର ମୁଖ୍ୟ ଭୂମିକା ରହିଛି ।ଟିଜରରେ କୁହାଯାଇଛି ଯେ ମୁଭିରେ ଗଡ ଫାଦର ରୂପରେ ସାଉଥ୍ ମେଗା ଷ୍ଟାର ଚିରଞ୍ଜୀବି ନଜର ଆସିବେ । ଗଡ୍ ଫାଦର ମୁଭିର ୧ ମିନଟ୍ ୩୩ ସେକେଣ୍ଡର ଟିଜର ଫ୍ୟାନ୍ସମାନଙ୍କ ହୃଦୟ ତିତିଛି । ତେବେ ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କ ପ୍ରତିକ୍ରିୟାରୁ ଏହି ମୁଭି ସୁପର ହିଟ୍ ହେବ ବୋଲି ଜଣାପଡୁଛି ।

ଚିରଞ୍ଜୀବିଙ୍କ ଏହି ଗଡ ଫାଦର ଚଳଚିତ୍ରଟି ଲୁସିଫରର ରିମେକ ଅଟେ । ଯାହାକି ମାଲାୟଲମ୍ ଭାଷାରେ ରିଲିଜ ହୋଇଥିଲା । ଯେଉଁଥିରେ ଅଭିନେତା ମୋହନଲାଲ୍ ଲିଡ୍ ରୋଲରେ ନଜର ଆସିଥିଲେ ।ତେବେ ଲୁସିଫରର ଏହି ଚଳଚିତ୍ର ବର୍ତ୍ତମାନ ତେଲୁଗୁରେ ଗଡ ଫାଦର ନାଁରେ ରିଲିଜ ହେବାକୁ ଯାଉଛି । ତେବେ ଏହି ଚଳଚିତ୍ରକୁ କନ୍ନଡ, ତାମିଲ ଏବଂ ହିନ୍ଦି ଭାଷାରେ ରିଲିଜ କରାଯିବ ।

Get real time updates directly on you device, subscribe now.