fbpx
BJD SKY
BJD SKY

କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଶିଶୁ ଜନ୍ମ ପରେ ମିଳିବ ଏତିକି ଟଙ୍କା

BJD

କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେଥିମଧ୍ୟରୁ ଶିଶୁ ଓ ମହିଳାଙ୍କ ପାଇଁ ମଧ୍ୟ ଉଭୟ ସରକାର ନୂଆ ନୂଆ ଯୋଜନାମାନ କରୁଛନ୍ତି ।

କେନ୍ଦ୍ର ସରକାର ନବଜାତ ଶିଶୁମାନଙ୍କ ପାଇଁ ଏକ ଯୋଜନା କାର୍ଯ୍ୟକାରି କରିଛନ୍ତି । ଯାହାର ନାମ ହେଉଛି ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା । ଏହି ଯୋଜନା ମାଧ୍ୟମରେ ନବଜାତ ଶିଶୁଙ୍କ ମାକୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ତେବେ ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୭ରୁ କାର୍ଯ୍ୟକାରୀ କରାଯାଇଛି ।

ଏହି ଯୋଜନାରେ ପ୍ରଥମ ଗର୍ଭ ଧାରଣ କରିଥିବା ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ତେବେ ଏହି ଯୋଜନାର ମୂଳ ଲକ୍ଷ ହେଉଛି ଜନ୍ମ ହୋଇଥିବା ଶିଶୁର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଓ ତାକୁ ପୁଷ୍ଟିକର ଖାଦ୍ୟ ଯୋଗାଇବା । ତେବେ ଏହି ଯୋଜନାରେ ଅର୍ନ୍ତଭୁକ୍ତ ହେବା ପାଇଁ ପ୍ରଥମ ଗର୍ଭ ଧାରଣ କରିଥିବା ମହିଳାଙ୍କୁ ଗର୍ଭବତୀ କାର୍ଡ , ସ୍ୱାମୀଙ୍କ ଆଧାର କାର୍ଡ ଏବଂ ବ୍ୟାଙ୍କ ପାସବୁକର ଜେରକ୍ସ ଦେବାକୁ ପଡିଥାଏ । ତେବେ ନବଜାତ ଶିଶୁ ଜନ୍ମ ପରେ ୩ ଟି କିସ୍ତି ମାଧ୍ୟମରେ ତାଙ୍କୁ ସେହି ୫୦୦୦ ଟଙ୍କା ମିଳିଥାଏ । ପ୍ରଥମ କିସ୍ତିରେ ୧୦୦୦ ଟଙ୍କା, ଦ୍ୱିତୀୟ କିସ୍ତିରେ ୨୦୦୦ ଟଙ୍କା ଏବଂ ତୃତୀୟ କିସ୍ତିରେ ମଧ୍ୟ ୨୦୦୦ ଟଙ୍କା ମିଳିଥାଏ ।

Get real time updates directly on you device, subscribe now.