fbpx

ଯୁବକ ଜଣଙ୍କ ଗିଳିଦେଲେ ୬୩ଟି କଏନ୍, ଏହାପରେ ଡାକ୍ତର ବି ହୋଇଗଲେ ପାଗଳ

ନୂଆଦିଲ୍ଲୀ: ଅନେକ ସମୟରେ ଡାକ୍ତରମାନେ ରୋଗୀଙ୍କ ପେଟରୁ ଅସ୍ତ୍ରୋପଚାର କରି ଲୁହାକଣ୍ଟା, ପଥର ଆଦି ବାହାର କରିଥିବାର ଖବର ଆମେ ଶୁଣିଛେ । ତେବେ ଅନୁରୂପ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ । ଜଣେ ଯୁବକଙ୍କ ପେଟରୁ ଡାକ୍ତର ୬୩ଟି କଏନ୍ ବାହାର କରିଛନ୍ତି । ପେଟରେ ଯନ୍ତ୍ରଣା ହେବାରୁ ଯୁବକ ଜଣଙ୍କ ହସ୍ପିଟାଲରେ ପହଞ୍ଚିଥିଲେ । ଏହାପରେ ଡାକ୍ତର ଏକ୍ସରେ କରିବା ପରେ ସତ ସାମ୍ନାକୁ ଆସିଥିଲା ।

ଯୋଧପୁରର ଜଣେ ୩୬ ବର୍ଷୀୟ ଯୁବକଙ୍କ ସହ ଏପରି କିଛି ଘଟିଛି । ପେଟ ଯନ୍ତ୍ରଣା ହେବାରୁ ଜଣେ ଯୁବକଙ୍କୁ ତାଙ୍କ ସମ୍ପର୍କୀୟ ମଥୁରାଦାସ ମାଥୁର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ପରେ ଡାକ୍ତର ତାଙ୍କର ଏକ୍ସରେ କରାଇଥିଲେ । ଏହାପରେ ଡାକ୍ତର ରୋଗୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ସେ କଏନ ଗିଳି ଦେଇଛନ୍ତି ବୋଲି ରୋଗୀ ଜଣଙ୍କ କହିଥିଲେ ।

ଏହାପରେ ଡାକ୍ତରୀ ଟିମ୍ ସଫଳତାର ସହ ଅସ୍ତ୍ରୋପଚାର କରି ଯୁବକଙ୍କ ପେଟରୁ ଗୋଟିଏ କି ଦୁଇଟି ନୁହେଁ, ୬୩ଟି କଏନ୍ କାଢ଼ିଥିଲେ । ତେବେ ଯୁବକ ଜଣଙ୍କ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଛି । ସାଧାରଣ ଭାବେ କହିବାକୁ ଗଲେ କଏନ୍ ପରି ଏକ ଧାତୁକୁ ଗିଳିବା ଓ ପୁଣି ତାକୁ ପେଟରୁ ବାହାରକୁ କାଢ଼ିବା କଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ବେଳେବେଳେ କିଛି ମାନସିକ ବିକଳାଙ୍ଗ ଏପରି କାରନାମା କରି ଚର୍ଚ୍ଚାକୁ ଆସିଥାନ୍ତି । ପୂର୍ବରୁ ମଧ୍ୟ ଏପରି କିଛି ଘଟଣା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.