fbpx
BSKY
BJD SHG SKY
BJD YOUTH SKY

ମହିଳାଙ୍କ ଆଖିରୁ ଡାକ୍ତର ବାହାର କଲେ ତିନୋଟି ଜୀଅନ୍ତା ମାଛି

ନୂଆଦିଲ୍ଲୀ: ଆଜିକାଲିର ଦୈନନ୍ଦିନ ଜୀବନରେ ଦିନକୁ ଦିନ ନୂଆ ନୂଆ ଘଟଣା ସବୁ ଦେଖିବାକୁ ମିଳୁଛି । କିଏ ବାଲି ଖାଇ ବଞ୍ଚୁଛି ତ କାହାର ପେଟରୁ ଲୁହା କଣ୍ଟା ବାହାରିଲାଣି । ତେବେ ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ଆଖିରୁ ଡାକ୍ତର ତିନୋଟି ଜୀବନ୍ତ ମାଛିକୁ ବାହାର କରିଛନ୍ତି । ଜଣାପଡ଼ିଛି ଯେ, ଉକ୍ତ ମହିଳା ଜଣଙ୍କ ଏକ ବିରଳ ରୋଗରେ ସଂକ୍ରମିତ ହୋଇଥିଲେ । ଏହି ରୋଗରେ ସଂକ୍ରମିତ ହେବା ପରେ ଏକ ପ୍ରକାର ମାଛିର ଲାଭା ରୋଗୀର ଚର୍ମର ଆଭ୍ୟନ୍ତରୀଣ ଅଂଶକୁ ମଧ୍ୟ ସଂକ୍ରମିତ କରିଦେଇଥାଏ ।

ଜଣାପଡ଼ିଛି ଯେ, ମିୟାସିସ୍ ନାମକ ଏକ ବିରଳ ରୋଗରେ ସଂକ୍ରମିତ ହୋଇଥିଲେ ଆମେରିକାର ଜଣେ ମହିଳା । ସେଠାରେ ଚିକିତ୍ସାରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ବାଧ୍ୟହୋଇ ମହିଳା ଜଣଙ୍କ ଭାରତକୁ ଆସି ଚିକିତ୍ସା କରାଇଥିଲେ । ସାଧାରଣ ଭାବେ ଏହି ରୋଗ ଶରୀରର ଯେଉଁ ଅଙ୍ଗକୁ ସଂକ୍ରମିତ କରେ, ଉକ୍ତ ଅଙ୍ଗ ଫୁଲିଯିବା ସହ ଦରଜ ହୋଇଥାଏ ।

ନୂଆଦିଲ୍ଲୀସ୍ଥିତ ଫୋର୍ଟିସ୍ ହସ୍ପିଟାଲର ଜଣେ ଡାକ୍ତର ଅସ୍ତ୍ରୋପଚାର ମାଧ୍ୟମରେ ମହିଳାଙ୍କ ଶରୀରରୁ ୩ଟି ଜୀଅନ୍ତା ମାଛି ବାହାର କରିଥିଲେ । ପ୍ରତ୍ୟେକ ମାଛିର ଆକାର ପ୍ରାୟ ୨ ସେମି ହୋଇଥିବା ବେଳେ ସେଗୁଡ଼ିକୁ ଆଖିର ପତା, ବେକ ଓ ଡାହାଣ ହାତରୁ ଅସ୍ତ୍ରୋପଚାର କରି କଢ଼ାଯାଇଛି । ସାଧାରଣତଃ ଜଙ୍ଗଲ ଓ ଗ୍ରାମାଞ୍ଚଳ ଲୋକଙ୍କୁ ଏହି ରୋଗ ବେଶିମାତ୍ରାରେ ସଂକ୍ରମିତ କରିଥାଏ । ଏହି ରୋଗରେ ସଂକ୍ରମିତ ହେଲେ ରୋଗୀର ଶରୀର କ୍ରମଶଃ ଦୁର୍ବଳ ହୋଇଯିବା ସହ ମସ୍ତିଷ୍କ ଓ ମେରୁଦଣ୍ଡ ପ୍ରଭାବିତ ହୋଇଥାଏ । ଉପଯୁକ୍ତ ଚିକିତ୍ସା ଅଭାବରେ ରୋଗୀର ଜୀବନ ଚାଲିଯିବାର ଆଶଙ୍କା ରହିଥାଏ ।

Get real time updates directly on you device, subscribe now.