fbpx

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

AAKASH

ପୁରୀ (ଭାସ୍କର ନ୍ୟୁଜ): ଆଜି ଫାଲ୍‌ଗୁନ କୃଷ୍ଣ ସପ୍ତମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢ଼ିବ । ଦତ୍ତମହାପାତ୍ରମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ । ଏଥିପାଇଁ ଅପରାହ୍ନ ୫ଟାରୁ ୮ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ ବନ୍ଦ ରହିବାର ସୂଚନା ରହିଛି । ଏହି ନୀତିରେ ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକଙ୍କ ଯୋଗଦାନ ରହିବ । ମହାସ୍ନାନ ପରେ ପୁଣି ଦର୍ଶନ ସ୍ୱାଭାବିକ ଚାଲିବ । ତେବେ  ନୀତିକୁ ନେଇ ବନକଲାଗି ଓ ଦର୍ଶନ ସମୟ ଧାର୍ଯ୍ୟ ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

Get real time updates directly on you device, subscribe now.