fbpx

ଅଣ୍ଟା ଭିଡିଲେ ଦବଙ୍ଗ ଗାର୍ଲ ସୋନାକ୍ଷୀ, ଡିଜିଟାଲ ଫ୍ଲାଟ୍‌ଫର୍ମରେ ମାରିବେ ଏଣ୍ଟ୍ରି, ଆଗକୁ ଆସୁଛି ଅନେକ ଫିଲ୍ମ

ମୁମ୍ବାଇ; ଡିଜିଟାଲ ଦୁନିଆରେ ପ୍ରବେଶ କରିଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ତାଙ୍କର ଡିଜିଟାଲ ପ୍ରୋଜେକ୍ଟ ‘ଫଲନ୍‌’ ରିଲିଜ୍‌ ଅପେକ୍ଷାରେ । ସୋନାକ୍ଷୀ ଆହୁରି ୨ଟି ଅନ୍‌ଲାଇନ୍‌ ପ୍ରୋଜେକ୍ଟ ସାଇନ କରିଛନ୍ତି । ତନ୍ମଧ୍ୟରେ ଗୋଟିଏ ହେଉଛି ଶୋ, ଯାହାର ଟାଇଟଲ ‘ହୀରା ମଣ୍ଡି’ । ଫିଲ୍ମମେକର ସଂଜୟ ଲୀଲା ଭଂସାଲିଙ୍କ ବ୍ୟାନର ଅଧୀନରେ ପ୍ରସ୍ତୁତ ହେବ । ଅନ୍ୟଟି ୱେବ୍‌ ଫିଲ୍ମ । ଯାହାର ଟାଇଟଲ ‘ଚୁଲ୍‌ବୁଲ୍‌ ତରଙ୍ଗ’ । ‘ଟଏଲେଟ୍‌- ଏକ ପ୍ରେମ୍‌ କଥା’ ଫେମ୍‌ ନିର୍ଦ୍ଦେଶକ ନାରାୟଣନ୍‌ ସିଂହ ଏହାର ନିର୍ଦ୍ଦେଶନା ଦେବେ ।

ନାରାୟଣନମ୍‌ଙ୍କ ଅପ୍‌କମିଂ ଫିଲ୍ମରେ ସୋନା ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଫିଲ୍ମର ବିଷୟବସ୍ତୁ ଅନେକ ହୁଏତ ଜାଣିନାହାନ୍ତି । ଚୁଲବୁଲ୍‌ ତରଙ୍ଗ ଏକ ସାମାଜିକ ନାଟକଧର୍ମୀ ଫିଲ୍ମ । ଯୌତୁକ ଓ ଏହାର ଭୟଙ୍କର ପରିଣାମକୁ ବ୍ୟଙ୍ଗାତ୍ମକ ତରିକାରେ ଏଥିରେ ଉପସ୍ଥାପନ କରାଯିବ । ସୋନା ଏଥିରେ ଜଣେ ଛୋଟ ସହରର ବିନ୍ଦାସ୍‌ ଝିଅ ଭୂମିକା ନିର୍ବାହ କରିଛନ୍ତି । ନିଜ ସହର ଓ ସମୁଦାୟରେ ପ୍ରଚଳିତ ଏହି ସାମାଜିକ ବ୍ୟାଧିରେ ସଂସ୍କାର ଆଣିବା ସହିତ ଏଥିରେ ପରିବର୍ତ୍ତନ ପାଇଁ ସେ ଅଣ୍ଟା ଭିଡିଛନ୍ତି । ସୋନା ଯେତେବେଳେ ଫିଲ୍ମର କାହାଣୀ ଶୁଣିଲେ, ତାହା ତାଙ୍କ ମନକୁ ଛୁଇଁଲା । ନିଜ ଭୂମିକା ମଧ୍ୟ ତାଙ୍କର ବେଶ୍‌ ପସନ୍ଦ ହେଲା । ତେଣୁ ଟିକିଏ ବି ଡେରି ନ କରି ସେ ଫିଲ୍ମ ସାଇନ୍‌ କଲେ ।

Get real time updates directly on you device, subscribe now.