fbpx

ଅଗରକରଙ୍କୁ ବୋଲିଂ କୋଚ୍‌ କରିବା ପାଇଁ ସିନିୟର ଖେଳାଳିଙ୍କ ଇଚ୍ଛା, ବିସିସିଆଇର କରାଇଲେ ଦୃଷ୍ଟି ଆକର୍ଷଣ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ପେସ୍‌ ବୋଲର ଅଜିତ ଅଗରକରଙ୍କୁ ବୋଲିଂ କୋଚ ନିଯୁକ୍ତ କରିବା ପାଇଁ ଭାରତୀୟ କ୍ରିକେଟ ଦଳର ସିନିୟର ଖେଳାଳି ମାନେ ଇଛା ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ପରବର୍ତ୍ତୀ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ । ସେହିପରି ଭାରତ ୨୦୨୩ରେ ଆୟୋଜନ କରିବ ଦିନିକିଆ କ୍ରିକେଟ ବିଶ୍ୱକପ । ତେଣୁ ଅତି କମରେ ଆସନ୍ତା ବର୍ଷର ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଅଗରକରଙ୍କୁ ଭାରତୀୟ ଦଳର ବୋଲିଂ କୋଚ ଭାବେ ନିଯୁକ୍ତ କରାଯାଉ ବୋଲି ସିନିୟର ଖେଳାଳି ମାନେ ବିସିସିଆଇର ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିରି ବ୍‌କ୍‌ର୍ମାନ ଭାରତୀୟ ଦଳର ବୋଲିଂ କୋଚ ଥିବା ପାରଶ ମାହାମ୍ବ୍ରେଙ୍କୁ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଇଣ୍ଡିଆ ଏ ଓ ୧୯ ବର୍ଷରୁ କମ ଭାରତୀୟ ଦଳର ବୋଲିଂ କୋଚ ଦାୟିତ୍ୱ ପ୍ରଦାନ କରିବାକୁ ମଧ୍ୟ କେତେକ ପ୍ରସ୍ତାବ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ ଅଗରକର ଗତ ବର୍ଷ ବିସିସିଆଇ ସିନିୟର ଖେଳାଳି ଚୟନକମିଟିର ମୁଖ୍ୟ ନିଯୁକ୍ତ କରିବା ପାଇଁ ଆବେଦନ କରିଥିଲେ । ମାତ୍ର ବିସିସିଆଇ ପୂର୍ବତନ ପେସ ବୋଲର ଚେତନ ଶର୍ମାଙ୍କୁ ଅଧିକ ପସନ୍ଦ କରିଥିଲେ । ତେବେ ଅଭିଜ୍ଞତା ଦୃଷ୍ଟିରୁ ଅଗରକରଙ୍କୁ ବୋଲିଂ କୋଚ ନିଯୁକ୍ତ କରିବା ପାଇଁ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ବିସିସିଆଇ ଏହାକୁ କେତେଦୂର ଗ୍ରହଣ କରୁଛି ତାହା ଅପେକ୍ଷାର ବିଷୟ । ସୂଚନା ଯୋଗ୍ୟ ଯେ ଅଗରକର ୧୯୯୮ରୁ ୨୦୦୭ ପର୍ଯ୍ୟନ୍ତ ଭାରତ ପାଇଁ ୨୮ ଟେଷ୍ଟ ଖେଳି ୫୮ ଓ ୧୯୧ ଦିନିକିଆରେ ୨୮୮ ଓ ୪ ଟି-୨୦ ମ୍ୟାଚ ଖେଳି ୩ ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.