fbpx

ମହିଳାଙ୍କ ମୁହଁରୁ ବାହାରିଲା ୪ ଫୁଟର ସାପ, ଡାକ୍ତର ବି ଛାନିଆ

ମୁହଁ ଖୋଲିକି ଶୋଇବା କେତେ ଯେ ଖରାପ, ତାହା ଆପଣ ଋଷର ଜଣେ ମହିଳାଙ୍କୁ ପଚାରି ପାରନ୍ତି । କାରଣ ତାଙ୍କ ସହ ଏପରି ଏକ ଘଟଣା ଘଟିଛି, ଯାହାକୁ ଶୁଣିଲେ ଆପଣଙ୍କର ହୋସ୍ ଉଡିଯିବ । ମହିଳାଙ୍କ ପାଟିକୁ ଗାତ ଭାବି ଗୋଟିଏ ୪ ଫୁଟର ସାପ ତାଙ୍କ ଶରୀର ଭିତରକୁ ପ୍ରବେଶ କରିଥିଲା । କିନ୍ତୁ ମହିଳାଙ୍କୁ ଏବିଷୟରେ କିଛି ବି ଜଣା ନଥିଲା । ଯେତେବେଳେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଲା, ସେବେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ।

ମେଡିକାଲରେ ଡାକ୍ତରମାନେ ମହିଳାଙ୍କ ପାଟି ଭିତରେ ଏକ ପାଇପ୍ ପୁରାଇ ସାପଟିକୁ ବାହାର କରିଥିଲେ । ଏଥିରୁ ଆପଣ ବି ବୁଝିପାରୁଥିବେ କି ଶୋଇବା ବେଳେ ପାଟି ଖୋଲିକି ଶୋଇବା କେତେ ଯେ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା କ’ଣ ଘଟିଥିଲା କାହାଣୀ..

ଡେଲି ମେଲର ରିପୋର୍ଟ ମୁତାବକ, ଋଷର ଦାଗେସ୍ତାନ ଲେୱାଶୀ ଗାଁରେ ରହୁଥିବା ଜଣେ ମହିଳା ନିଜର ବଗିଚାରେ ଶୋଇଥିଲେ । ଶୋଇବା ବେଳେ ମହିଳାଙ୍କ ମୁହଁ ଖୋଲାଥିଲା । ସେତିକି ବେଳେ ୪ ଫୁଟ ଲମ୍ବର ଗୋଟିଏ ସାପ ମହିଳାଙ୍କ ପାଟି ବାଟେ ପଶି ଶରୀର ଭିତରକୁ ଚାଲିଯାଇଥିଲା । ଏହା ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକରୁ ଅଧିକ ଖରାପ ହେବାରୁ ଲାଗିଲା । ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ।

ମହିଳାଙ୍କୁ ତୁରନ୍ତ ଜରୁରୀକାଳୀନ ୱାର୍ଡକୁ ନିଆଯାଇ ସେଠାରେ ଏନେସ୍ଥେସିଆ ଦିଆଯାଇ ଚେତାଶୂନ୍ୟ କରାଯାଇଥିଲା । ପରେ ଡାକ୍ତରମାନେ ମହିଳାଙ୍କ ବେକରେ ଏକ କ୍ୟାମେରା ଓ ଡ୍ୟୁବ ରଖିଥିଲେ । ସାପଟି ଶରୀରରେ କେତେ ଭିତରକୁ ପଶିଛି ବୋଲି ଦେଖିବା ପରେ ତାର ଏକ ଅଂଶ ଟ୍ୟୁବରରେ ଧରିଥିଲେ ଓ ଧୀରେ ଧୀରେ ସାପଟିକୁ ବାହାରକୁ ଆଣିଥିଲେ । ଅପରେସନ ଥିଏଟରରେ ଏତେ ଲମ୍ବାର ସାପଟିକୁ ଦେଖି ସମସ୍ତେ ଭୟଭୀତ ହୋଇପଡିଥିଲେ । କିନ୍ତୁ ସାପଟି ଜୀବିତ ବା ମୃତ ବୋଲି କୌଣସି ସୂଚନା ଦିଆଯାଇ ନାହିଁ ।

Get real time updates directly on you device, subscribe now.