fbpx

ମେଡିକାଲ୍ ସାଇନ୍ସ ଇତିହାସରେ ପ୍ରଥମ: ମଣିଷ ଶରୀରରେ ଲାଗିଲା ଘୁଷୁରୀର ହୃଦୟ, ଏବେ ଏପରି ରହିଛି ରୋଗୀର ଅବସ୍ଥା

ନୂଆଦିଲ୍ଲୀ: ଆମେରିକାର ଡାକ୍ତର ମାନେ ମେଡିକାଲ୍ ସାଇନ୍ସ ଇତିହାସରେ କୀର୍ତ୍ତିମାନ ସ୍ଥାପନା କରିଛନ୍ତି । ଡାକ୍ତର ମାନେ ଜଣେ ରୋଗୀଅଙ୍କ ଶରୀରରେ ଘୁଷୁରୀର ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ କରିଛନ୍ତି । ସେମାନେ ଜଣେ ୫୭ ବର୍ଷିୟ ବ୍ୟକ୍ତିଙ୍କ ଜେନେଟିକାଲି ମୋଡିଫାୟାଡ୍ ଘୁଷୁରୀର ହାର୍ଟ ସଫଳତାପୂର୍ବକ ଲଗାଇପାରିଛନ୍ତି । ତେବେ ଏହି ପ୍ରକ୍ରିୟା ଅଙ୍ଗଦାନର ଏକ ଉନ୍ନତ ବିକଳ୍ପ ହୋଇପାରିବ ବୋଲି ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି । ଏହି ଖବର ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛନ୍ତି ।

ୟୁନିଭର୍ସିଟି ଅଫ୍ ମେରୀଲ୍ୟାଣ୍ଡ୍ ମେଡିକାଲ୍ ସ୍କୁଲ ପକ୍ଷରୁ ସୋମବାର ଦିନ ଏକ ବୟାନ ଜାରି କରି କୁହାଯାଇଛି ଯେ, ଏହି ଐତିହାସିକ ଟ୍ରାନ୍ସଫ୍ଲାଣ୍ଟ୍ ଶୁକ୍ରବାର ଦିନ କରାଯାଇଛି । ହେଲେ ସେମାନେ ଏହାବି କହିଛନ୍ତି ଯେ, ଟ୍ରାନ୍ସପ୍ଲାଣ୍ଟ ପରେ ମଧ୍ୟ ରୋଗୀଙ୍କ ଚିକିତ୍ସା ନେଇ କୌଣସି ନିଶ୍ଚିତତା ନାହିଁ । କିନ୍ତୁ ପଶୁଙ୍କ ଠାରୁ ଜଣେ ମଣିଷ ରେ ଟ୍ରାନ୍ସପ୍ଲାଣ୍ଟ୍ କରିବା ପ୍ରକ୍ରିୟା ସବୁଠାରୁ ଦୁର୍ଲଭ ।

ରିପୋର୍ଟ ମୁତାବକ, ମେରିଲ୍ୟାଣ୍ଡ ନିବାସୀ ୫୭ ବର୍ଷର ଡେଭିଡ୍ ବେନେଟ୍ ଗମ୍ଭୀର ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ । ତାଙ୍କ ମାମଲାରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ କୁ ଠିକ୍ ବୋଲି ଧରାଯାଉ ନଥିଲା । ତେଣୁ କେବଳ ମେସିନ୍ ସାହାଯ୍ୟରେ ଜୀବିତ କରି ରଖାଯାଇଥିଲା । କିନ୍ତୁ ଏପରି ତାଙ୍କ ଜୀବନ ଉପରେ ବିପଦ ଥିବାରୁ ଗୋଟିଏ ଘୁଷୁରୀର ହାର୍ଟ ଡେଭିଡ୍ ଙ୍କ ଶରୀରରେ ଲଗାଇବାକୁ ପଡ଼ିଲା ।

କୁହାଯାଉଛି ଯେ, ଡେଭିଡ୍ ଙ୍କ ଶରୀରରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟରେ ସେ ଠିକ୍ ଅଛନ୍ତି । ନୂତନ ଅଙ୍ଗ ତାଙ୍କ ଶରୀରରେ କିପରି କାମ କରୁଛି ତା ଉପରେ ଡାକ୍ତର ମାନେ କଡ଼ା ନଜର ରଖିଛନ୍ତି । ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ହାର୍ଟ-ଲଙ୍ଗସ୍ ବାଇପାସ୍ ମେସିନ୍ ସାହାରାରେ ଥିଲା । ଡେଭିଡ୍ ଙ୍କ ପାଖରେ ଦୁଇଟି ବିକଳ୍ପ ରହିଥିଲା ଗୋଟିଏ ହେଉଛି, ମୃତ୍ୟୁ ଓ ଅନ୍ୟଟି ହେଲା ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍ । ଏନେଇ ସେ ଏକ ବୟାନରେ କହିଥିଲେ ।

Get real time updates directly on you device, subscribe now.