fbpx

ସୁସ୍ଥ ହେବା ପରେ Omicron ଦେଉଛି ଯନ୍ତ୍ରଣା: ନମୂନା ପରୀକ୍ଷଣ ନେଇ ICMR ପକ୍ଷରୁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋଭିଡର ନୂଆ ଭାରିଆଣ୍ଟର ପ୍ରକୋପ ବୃଦ୍ଧି ପାଇ ଚାଲିଥିବା ବେଳେ ବିଶେଷଜ୍ଞମାନେ ଏନେଇ ନୂଆ ନୂଆ ତଥ୍ୟ ଦେବାରେ ଲାଗିଛନ୍ତି । ତେବେ ଏଭଳି ସ୍ଥିତିରେ ଓମିକ୍ରନକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଓମିକ୍ରନ ସଂକ୍ରମଣରୁ ସୁସ୍ଥ ହେଉଥିବା ଅଧିକାଂଶ ଲୋକଙ୍କ ଠାରେ ଘୋଳାବିନ୍ଧା ଓ ଅତ୍ୟଧିକ ଦୁର୍ବଳ ଅନୁଭବ ଭଳି ଲକ୍ଷଣ ଦେଖାଯାଉଛି । ଅନେକ ଦିନ ପର୍ଯ୍ୟନ୍ତ ଏହି ସମସ୍ୟା ଜାରି ରହୁଥିବା ଜଣାପଡ଼ିଛି ।

ତେବେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ଏକ ନୂଆ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ, ଯେଉଁମାନଙ୍କର ଲକ୍ଷଣ ନାହିଁ, ସେମାନେ ନମୂନା ପରୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ । କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ଲୋକଙ୍କର ନମୂନା ପରୀକ୍ଷା କରାଯିବ । ଯେଉଁମାନଙ୍କ ନିକଟରେ କଫ, କାଶ, ଜ୍ୱର, ଗଳା ଦରଜ, ଶ୍ୱାସକ୍ରିୟା ସମସ୍ୟା ଭଳି ଲକ୍ଷଣ ଦେଖାଦେଉଥିବ ସେମାନଙ୍କର ନମୂନା ପରୀକ୍ଷା ହେବ । ୬୦ ବର୍ଷରୁ ଅଧିକ ବୟସ୍କମାନଙ୍କର ମଧ୍ୟ ନମୂନା ପରୀକ୍ଷା କରାଯିବ । ଡାଇବେଟିସ, ହାଇପରଟେନସନ, କିଡନୀ ଓ ଫୁସଫୁସ ଜନିତ ରୋଗରେ ପୀଡ଼ିତ ଥିବା ଲୋକଙ୍କର ନମୂନା ପରୀକ୍ଷା କରାଯିବ । ଏଥିସହ ବିଦେଶରୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କର ନମୂନା ପରୀକ୍ଷା କରାଯିବ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.