fbpx

ସେଲଫି ହେଲା କାଳ: ଡ୍ୟାମରେ ଭାସିଗଲେ ଡାକ୍ତରଙ୍କ ସ୍ତ୍ରୀ

ସେଲଫି ନେବା ନିଶାରେ ଡ୍ୟାମରେ ଭାସିଗଲେ ଜଣେ ଡାକ୍ତରୀଙ୍କ ପତ୍ନୀ । ଭୋପାଳସ୍ଥିତ ହଲାଲି ଡ୍ୟାମକୁ ବୁଲିବାକୁ ଆସି ଜଣେ ଡାକ୍ତରଙ୍କ ସ୍ତ୍ରୀ ପାଣିରେ ଭାସି ଯାଇଛନ୍ତି । ଡ୍ୟାମ୍ ନିକଟରେ ଡାକ୍ତରଙ୍କ ସ୍ତ୍ରୀ ସେଲ୍ଫି ନେଉଥିବା ବେଳେ ଭାରସାମ୍ୟ ହରାଇ ୧୦ରୁ ୧୨ ଫୁଟ ତଳକୁ ପଡିଯାଇଥିଲେ ।

ତେବେ ଭୋପାଳର କୋଲାରରେ ରହୁଥିବା ଡାକ୍ତର ଉତ୍କର୍ଷ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ହିମାନୀ ମିଶ୍ର ଭୋପାଳଠାରୁ ପ୍ରାୟ ୪୦ କିଲୋମିଟର ଦୂର ହଲାଲି ଡ୍ୟାମକୁ ବୁଲିବାକୁ ଆସିଥିଲେ । ରବିବାର ଛୁଟି ଥିବାରୁ ଭୋପାଳର ଅଧିକାଂଶ ଲୋକ ଏଠାକୁ ବୁଲିବାକୁ ଆସନ୍ତି । ଡାକ୍ତର ଉତ୍କର୍ଷ ମିଶ୍ର କହିଛନ୍ତି ଯେ, ‘ମୁଁ ମୋବାଇଲ୍ରେ ମେସେଜ ଚେକ୍ କରୁଥିଲି । ଏହି ସମୟରେ ମୋ ପତ୍ନୀ ସେଲ୍ଫି ନେବାରେ ଲାଗିଥିଲେ ଓ ନିୟନ୍ତ୍ରଣ ହରାଇ ତଳ ଥିବା ପାଣିକୁ ଖସିପଡିଲେ ।’

ଏହି ଘଟଣା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ରାତି ସାରା ଖୋଜାଖୋଜି ପରେ ବି ଡାକ୍ତରଙ୍କ ପତ୍ନୀଙ୍କର କୌଣସି ପତ୍ତା ମିଳିପାରି ନଥିଲା । ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କିନ୍ତୁ ମହିଳା ଜଣକ ବଞ୍ଚିଛନ୍ତି କି ମୃତ, ତାହା ଜଣାପଡିନାହିଁ ।

Get real time updates directly on you device, subscribe now.