fbpx

ପାଗଳ କୁକୁର ଆତଙ୍କ, ୬ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡିଲା କୁକୁର

ଧର୍ମଶାଳା (ଭାସ୍କର ନ୍ୟୁଜ୍‌) : ପାଗଳ କୁକୁର ଆତଙ୍କ। ଧର୍ମଶାଳା ବ୍ଲକ ଚହଟା ପଞ୍ଚାୟତ ଭାଲୁଖାଇ ଗାଁରେ ଏକ ପାଗଳ କୁକୁର ଆତଙ୍କ ଖେଳାଇଛି। କୁକୁର କାମୁଡାରେ ୬ଜଣ ଗ୍ରାମବାସୀ ଆହତ ହୋଇଛନ୍ତି । ଉକ୍ତତ୍ୟ ଲୋକ ପାଗଳ କୁକୁରକୁ ପିଟି ପିଟି ମାରି ଦେଇଥିବା ଖବର ମିଳିଛି । ଭାଲୁଖାଇ ଗ୍ରାମରେ ଉକ୍ତ ପାଗଳ କୁକୁର ଆକ୍ରମଣରେ ବିପିନ ବିହାରୀ ମହାନ୍ତିଙ୍କ ପତ୍ନୀ କମଳିନୀ ମହାନ୍ତି (୬୪), ଜଗବନ୍ଧୁ ସାହୁ (୬୨), ରାଜକିଶୋର ସାହୁ(୪୦), ସରୋଜ ବିଶ୍ୱାଳ(୩୮), ଇନ୍ଦ୍ରମଣି ବେହେରା(୩୪) ଓ ଜଳଧର ବେହେରାଙ୍କ ପତ୍ନୀ ଆହତ ହୋଇଥିଲେ । ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି ।

Get real time updates directly on you device, subscribe now.