fbpx

ଦେଶରେ କାୟା ବିସ୍ତାର କରୁଛି ଓମିକ୍ରନ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି : କରୋନାର ତୃତୀୟ ଲହର ଆଶଙ୍କ

ମହାରାଷ୍ଟ୍ରରୁ ଆଉ ୭, ରାଜସ୍ଥାନରୁ ୯ ଓ ଦିଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ମହାମାରୀ କରୋନାର ମାରାତ୍ମକ ଭାରିଏଣ୍ଟ “ଓମିକ୍ରନ୍‌’ ଏବେ ଭାରତରେ ବି ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାରିଏଣ୍ଟ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ନିଜ ଉପସ୍ଥିତି ଜାହିର କରିବାରେ ଲାଗିଲାଣି । ପୂର୍ବରୁ କର୍ଣ୍ଣାଟକରେ ୨ଜଣ ଏବଂ ଗୁଜରାଟ ଓ ମହାରାଷ୍ଟ୍ରରେ ଜଣେ ଲେଖାଏଁ ଏହିପରି ମୋଟ ୪ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରବିବାର ଗୋଟିଏ ଦିନରେ ଦେଶରେ ୧୭ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରର ଆଉ ୭ଜଣ ରହିଥିବା ବେଳେ ଦିଲ୍ଲୀର ଜଣେ ଓ ରାଜସ୍ଥାନର ୯ଜଣ ରହିଛନ୍ତି । ଏହାପରେ ଦେଶରେ ଏବେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ରବିବାର ସକାଳୁ ଦେଶର ରାଜଧାନୀ ଦିଲ୍ଲୀରୁ ଜଣେ ଯୁବକ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ ନିକଟରେ ତାଞ୍ଜାନିଆରୁ ଫେରିଥିବା ଜଣାପଡ଼ିଛି । ସଂକ୍ରମିତ ଯୁବକଙ୍କୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲ (ଏଲ୍‌ଏନ୍‌ଜେପି)ରେ ଭର୍ତ୍ତି କରାଯାଇଛି । ଏନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ସୂଚନା ଦେଇଥିଲେ ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ ୧୨ ସନ୍ଦିଗ୍ଧ ବିଦେଶ ଫେରନ୍ତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଚିହ୍ନଟ ହୋଇଥିଲା । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଜିନୋମ ସିକ୍ୱେନ୍ସିଂ ପାଇ ପଠାଯାଇଥିଲା । ଯେଉଁଥିରୁ ଜଣଙ୍କ ଠାରେ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି । ଏହାପରେ ମହାରାଷ୍ଟ୍ରରୁ ଆଉ ୭ଜଣ ଓମିକ୍ରନ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଫଳରେ ମହାରାଷ୍ଟ୍ରରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଚିହ୍ନଟଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଅଛନ୍ତି ।

ସୂଚନା ଅନୁଯାୟୀ ଜଣେ ୪୪ ବର୍ଷୀୟ ମହିଳା ଗତ ନଭେମ୍ବର ୨୪ରେ ନାଇଜେରିଆର ଲାଗୋରୁ ମହାରାଷ୍ଟ୍ରର ପିମ୍ପ୍ରି-ଚିଞ୍ଚୱାଡରେ ତାଙ୍କ ଭାଇଙ୍କୁ ଭେଟିବାକୁ ଆସିଥିଲେ । ସମ୍ପୃକ୍ତ ମହିଳାଙ୍କ ସହ ଦୁଇ ଝିଅ, ତାଙ୍କ ଭାଇ, ଭାଇର ଦୁଇ ଝିଅ ମୋଟ ୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ ପୁଣେର ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ ମିଳିଥିବା ରିପୋର୍ଟ ଅନୁଯାୟୀ ସେମାନଙ୍କଠାରେ ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ହୋଇଛି । ସେହିପରି ରାଜସ୍ଥାନର ଜୟପୁରରୁ ୯ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ପୂରା ଦେଶରେ ବଢ଼ିଛି ବିପଦ । ବଢ଼ିଛି କରୋନାର ତୃତୀୟ ଲହର ଆଶଙ୍କା । ଫେରନ୍ତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଚିହ୍ନଟ ହୋଇଥିଲା । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଜିନୋମ ସିକ୍ୱେନ୍ସିଂ ପାଇ ପଠାଯାଇଥିଲା । ଯେଉଁଥିରୁ ଜଣଙ୍କ ଠାରେ ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି । ଏହାପରେ ମହାରାଷ୍ଟ୍ରରୁ ଆଉ ୭ଜଣ ଓମିକ୍ରନ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଫଳରେ ମହାରାଷ୍ଟ୍ରରେ ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଚିହ୍ନଟଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଅଛନ୍ତି ।

ସୂଚନା ଅନୁଯାୟୀ ଜଣେ ୪୪ ବର୍ଷୀୟ ମହିଳା ଗତ ନଭେମ୍ବର ୨୪ରେ ନାଇଜେରିଆର ଲାଗୋରୁ ମହାରାଷ୍ଟ୍ରର ପିମ୍ପ୍ରି-ଚିଞ୍ଚୱାଡରେ ତାଙ୍କ ଭାଇଙ୍କୁ ଭେଟିବାକୁ ଆସିଥିଲେ । ସମ୍ପୃକ୍ତ ମହିଳାଙ୍କ ସହ ଦୁଇ ଝିଅ, ତାଙ୍କ ଭାଇ, ଭାଇର ଦୁଇ ଝିଅ ମୋଟ ୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ ପୁଣେର ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ ମିଳିଥିବା ରିପୋର୍ଟ ଅନୁଯାୟୀ ସେମାନଙ୍କଠାରେ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ସେହିପରି ରାଜସ୍ଥାନର ଜୟପୁରରୁ ୯ ଓମିକ୍ରୋନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌କୁ ନେଇ ପୂରା ଦେଶରେ ବଢ଼ିଛି ବିପଦ । ବଢ଼ିଛି କରୋନାର ତୃତୀୟ ଲହର ଆଶଙ୍କା ।

Get real time updates directly on you device, subscribe now.