fbpx

ବିଧବା ଭାଉଜକୁ ଶଙ୍ଖା, ସିନ୍ଦୂର ପିନ୍ଧାଇ ନିଜର କଲା ଦିଅର, ଛୁଟିଲା ପ୍ରଶଂସାର ସୁଅ

ମନମୁଣ୍ଡା (ଭାସ୍କର ନ୍ୟଜ୍): ଭାଉଜର ମଥାରେ ସିନ୍ଦୂର, ହାତରେ ଶଙ୍ଖା ପିନ୍ଧାଇବା ସହ ହିନ୍ଦୁ ବୈଦିକ ରିତୀ ନୀତି ଅନୁଶାରେ ପଡିଲା ହାତଗଣ୍ଠି। ବିଧବା ଭାଉଜକୁ ପତ୍ନୀ ରୂପେ ସାତ ଜନ୍ମ ଜୀବନ ସାଥୀ କଲା ଦିଅର। ଏହି ନିଆରା ଉଦ୍ୟମ କଲେ ଶ୍ବଶୁର। ମଧ୍ୟସ୍ଥତାଙ୍କ ଉପସ୍ଥିତିରେ ଦୁର୍ଗା ଦେବୀ ମନ୍ଦିରରେ ସମ୍ପନ୍ନ ହେଲା ବିବାହଘର। ଏଭଳି ଘଟଣା ମନମୁଣ୍ଡା ଥାନା ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମରେ ଘଟଛି। ଯାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

ସୂଚନା ମୁତାବିକ, ଗତ ବର୍ଷ ମନମୁଣ୍ଡା ଥାନା ଅଞ୍ଚଳର ବଡଡୁଙ୍ଗରିପାଲି ଗ୍ରାମର ଭଦ୍ରଜାଲାଙ୍କ ଝିଅ ରଚନାଙ୍କ ସହିତ ବୁକୁରାମୁଣ୍ଡା ଗ୍ରାମର ରଣକୁଶଳଙ୍କ ପୁଅ ଗଣେଷଙ୍କ ସହ ବିବାହ ହୋଇଥିଲା ତେବେ ଗଣେଷଙ୍କ ଅକାଳ ବିୟୋଗ ହୋଇଯିବାରୁ ଦୁଃଖରେ ଭାଙ୍ଗିପଡିଥିଲେ ରଚନା। ତାଙ୍କୁ ସାହାର ଦେଇଥିଲେ ଦିଅର କୈଳାଶ। ରଚନା ନିଜ ବାପଘରକୁ ଯିବାକୁ ବାହାରି ଥିଲା ବେଳେ ତାଙ୍କ ଶ୍ୱଶୁର ସାନ ପୁଅ କୈଳାଶ ସହ ରଚନା ବିବାହ କରାଇବାକୁ କହି ଅଟକାଇଥିଲେ। ସେଇ ସମୟରେ ରଚନା ବାରଣ କରିଥିଲେ। ତେବେ ପରର୍ବତ୍ତୀ ସମୟ ଉଭୟ ପରିବାରଙ୍କ ସହମତି କ୍ରମେ ସ୍ଥାନୀୟ ଦୁର୍ଗା ଦେବୀ ମନ୍ଦିରରେ ଦିଅର କୈଳାଶ ତାଙ୍କ ବିଧବା ଭାଉଜଙ୍କୁ ଶଙ୍ଖା ଲଗାଇ ,ସିନ୍ଦୁର ଦେଇ ବାହା ହୋଇ ଘରକୁ ନେଇଥିଲା। ପୋଲିସର ଏ ମହତ କାର୍ଯ୍ୟ ପାଇଁ ଓ କୈଳାଶଙ୍କୁ ପ୍ରଶଂସା କରିଥିବା ବେଳେ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରଶଂସା କରାଯାଇଛି।

Get real time updates directly on you device, subscribe now.