fbpx

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଖୁସି ଖବର, ମାଗଣାରେ ମିଳୁଛି ୭ ଲକ୍ଷ ଟଙ୍କାର ଜୀବନ ବୀମା

ନୂଆଦିଲ୍ଲୀ: ଇପିଏଫ୍‌ଓ ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର ସଦସ୍ୟମାନଙ୍କ ପାଇଁ ଖୁସି ଖବର । କଣ ଆପଣ ଜାଣନ୍ତି କି, ଆପଣ ମାନଙ୍କ ଖାତା ସହିତ ମାଗଣାରେ ୭ ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା ଉପଲବ୍ଧ ରହିଛି । ଏମ୍ପ୍ଲଇଜ୍ ଡିପୋଜିଟ୍ ଲିଙ୍କ୍‌ଡ ଇନ୍‌ସ୍ୟୁରାନ୍ସ (ଇଡିଏଲ୍‌ଆଇ) ସ୍କିମ୍, ୧୯୭୬ ଅଧୀନରେ ଇପିଏଫ୍‌ଓ ଖାତା ଧାରକଙ୍କ ପାଇଁ ଏହି ସୁବିଧା ଦିଆଯାଉଛି । ସବୁଠୁ ବଡ଼ କଥା ହେଉଛି ଏହି ଜୀବନ ବୀମା ସୁରକ୍ଷା ଲାଗି ସଦସ୍ୟମାନଙ୍କୁ କୌଣସି ପ୍ରିମିୟମ୍ ଦେବାକୁ ପଡ଼େ ନାହିଁ । ଇଡିଏଲ୍‌ଆଇ ସ୍କିମ୍‌ରେ କେବଳ ବୀମା ନୁହେଁ ଆହୁରି ଅନେକ ପ୍ରକାର ସୁବିଧା ମିଳିଥାଏ।

ଇପିଏଫ୍‌ଓର କୌଣସି ସଦସ୍ୟଙ୍କ ଚାକିରିରେ ଥିବା ବେଳେ ମୃତ୍ୟୁ ହେଲେ ତାଙ୍କ ନୋମିନି କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କୁ ସର୍ବାଧିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବୀମା ରାଶି ମିଳିବ । ଚଳିତ ବର୍ଷ ଏପ୍ରିଲ୍‌ରେ ଏହି ସୀମାକୁ ୬ ଲକ୍ଷ ଟଙ୍କାରୁ ବଢ଼ାଇ ୭ ଲକ୍ଷ ଟଙ୍କା କରାଯାଇଥିଲା। ଏହି ସ୍କିମ୍‌ରେ ସର୍ବନିମ୍ନ ଅଢ଼େଇ ଲକ୍ଷ ଟଙ୍କାର ସୁବିଧା ମିଳିଥାଏ।

ଏମ୍ପ୍ଲଇଜ୍ ଡିପୋଜିଟ୍ ଲିଙ୍କ୍‌ଡ ଇନ୍‌ସ୍ୟୁରାନ୍ସ (ଇଡିଏଲ୍‌ଆଇ) ସ୍କିମ୍ ପାଇଁ କର୍ମଚାରୀଙ୍କୁ କୌଣସି ପ୍ରିମିୟମ୍ ଦେବାକୁ ପଡ଼େ ନାହିଁ । ନିଯୁକ୍ତିଦାତା ତାଙ୍କ ପାଇଁ ଯେଉଁ ଜମା କରନ୍ତି ସେଥିରୁ ପ୍ରିମିୟମ୍ ରାଶି କଟିଥାଏ। କର୍ମଚାରୀଙ୍କ ସର୍ବାଧିକ ମାସିକ ବେତନ ୧୫ ହଜାର ଟଙ୍କା ହିସାବ କରି ତାହାର ୦.୫୦ ପ୍ରତିଶତ ଟଙ୍କାକୁ ପ୍ରିମିୟମ୍ ଭାବେ ଗ୍ରହଣ କରାଯାଏ। ଇଡିଏଲ୍‌ଆଇ ସ୍କିମ୍‌ରେ ବୀମା ରାଶିକୁ ମୃତ କର୍ମଚାରୀଙ୍କ ନୋମିନି କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଏ।

 

Get real time updates directly on you device, subscribe now.