fbpx
BSKY
BJD SHG SKY
BJD MC SKY

ଅଳିଆ ବୁହା ଗାଡିକୁ ଅପେକ୍ଷା କଲେନି, ରାସ୍ତାରେ ପଡିଥିବା କୁକୁର ଶବକୁ ଉଠାଇଲେ ସିଏମ୍‌ସି ମେୟର

କଟକ,(ଭାସ୍କର ନ୍ୟୁଜ୍‌): କଟକ ମହାନଗର ନିଗମର ନବ ନିଯୁକ୍ତ ମେୟର ଶୁକ୍ରବାର ତଳତେଲେଙ୍ଗା ବଜାର ରାସ୍ତାରୁ ଏକ କୁକୁର ଶବ ଉଠାଇ ତାଙ୍କ ବଦାନ୍ୟତା ଦେଖାଇଛନ୍ତି । ମହାନଗର ନିଗମ ମଇଳା ଗାଡିକୁ ଅପେକ୍ଷା ନ କରି ସେ ନିଜେ ଏହି କାର୍ଯ୍ୟ କରିଛନ୍ତି । ଏଥିସହିତ ରାସ୍ତାରେ ଯେପରି ମଇଳା ପଡି ନ ରହେ ସେଥିପ୍ରତି ତାଗିଦ୍‌ କରିଛନ୍ତି । ଶ୍ରୀ ସିଂ ମହାନଗର ନିଗମ କାର୍ଯ୍ୟାଳୟକୁ ଯାଉଥିବାବେଳେ ରାସ୍ତାରେ କୁକୁର ଶବ ପଡିଥିବାର ଦେଖିଥିଲେ । ମଇଳା ସଫା ଗାଡିକୁ ସେ ଅପେକ୍ଷା ନ କରି ଏକ ଜରିରେ ସେ କୁକୁରର ଶବ ଉଠାଇ ଭର୍ତ୍ତି କରି କାର୍ଯ୍ୟାଳୟ ପାଖକୁ ନେଇଥିଲେ । ତାଙ୍କର ଏହି କାର୍ଯ୍ୟ ପାଇଁ ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

Get real time updates directly on you device, subscribe now.