fbpx
BJD
BJD SKY
BJD SKY

୨୦୨୪ ନିର୍ବାଚନ ପାଇଁ ଫୋକସ୍: ଆଜିଠୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ, ତିନିଦିନ ଧରି ଚାଲିବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆଜିଠୁ ଅନୁଷ୍ଠିତ ହେବ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନିଦିନ ଧରି ଏହି ବୈଠକ ଚାଲିବ । ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଫଳାଫଳ ନେଇ ସମୀକ୍ଷା କରାଯିବା ସହ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲାଗୁଡ଼ିକରେ ଥିବା ସଂଗଠନର ସଫଳତା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ ।

ସମସ୍ତଙ୍କୁ ଏକାସାଙ୍ଗରେ ନେଇଯିବାର ଗୁରୁମନ୍ତ୍ର ଦେବେ ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ବୈଠକରେ ଫୋକସରେ ରହିବ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା । ଏହାସହିତ ପର୍ଯ୍ୟବେକ୍ଷକଙ୍କ ସହ ଫେସ୍‌ ଟୁ ଫେସ୍‌ କଥା ହେବେ ସୁପ୍ରିମୋ ଶ୍ରୀ ପଟ୍ଟନାୟକ  ।ସୂଚନାଯୋଗ୍ୟ ଯେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ଆଶାତୀତ ସଫଳତା ପରେ ୨୦୨୪ ନିର୍ବାଚନ ଉପରେ ଫୋକସ ରହିଛି । ତେଣୁ ଏବେଠୁ ସଂଗଠନକୁ ମଜବୁତ କରିବା ପାଇଁ ସୁପ୍ରିମୋ ପ୍ରୟାସ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.