fbpx

ମା’ ଡାକରେ ବଞ୍ଚିଗଲା ଦୁଇ କୁକୁର ଛୁଆଙ୍କ ଜୀବନ, ବନ୍ୟାଜଳରୁ ଉଦ୍ଧାର କଲେ ଅଗ୍ନିଶମ ଟିମ୍

ବାଲିପାଟଣା, (ଭାସ୍କର ନ୍ୟୁଜ୍‌): ମା’ ଜଣକ ମଣିଷ ହେଉ କି ପଶୁ ତାର ଛୁଆ ପ୍ରତି ପ୍ରେମ ଆଉ ବଳିଦାନର ମୂଲ୍ୟ କେହି ବି ଆକଳନ କରିପାରିବେନି । ଛୁଆକୁ ମରଣମୁହଁରୁ ବଞ୍ଚାଇବା ପାଇଁ ମାଆ ସବୁକିଛି କରିପାରେ । ଏଠି କୌଣସି ମଣିଷ କଥା କୁହାଯାଉନି ଏଠି ଏକ ମାଆ କୁକୁର କଥା କୁହାଯାଉଛି । ଘଟଣାଟି ବହୁତ ହୃଦୟକୁ ଛୁଇଁଗଲା ଭଳି ।  ବାଲିପାଟଣା ଥାନା ଅନ୍ତର୍ଗତ ଅତ୍ୟୁତପୁର ସୋମଣଶାସନ ଦେଇ ଯାଉଥିବା ଭାର୍ଗବି ନଦୀ ପଠାରେ ବନ୍ୟା ଜଳ ପଶିଯିବାରୁ ଦୁଇ କୁକୁର ଛୁଆ ପ୍ରାୟ ଦୁଇ ଦିନ ହେବ ପାଣି ଘେର ମଧ୍ୟରେ ଫସି ଯାଇଥିଲେ । କିନ୍ତୁ ତାଙ୍କ ମା କୂଳରେ ରହିଯାଇଥିଲା । ତାର ଦୁଇ ଛୁଆ ମରଣ ମୁହଁରେ ଥିବାରୁ ସେ ସେଠାରେ ଏପଟ ସେପଟ ହୋଇ କୁଆଡେ ଯାଉ ନଥିଲା ଏବଂ ଭୋକି ହେଉଥିଲା । ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଘଟଣା ସଂପର୍କରେ ଜାଣି ତୁରନ୍ତ ବାଲିପାଟଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ମଧ୍ୟ କାଳବିଳମ୍ୱ ନକରି ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରୁ ଦୁଇ କୁକୁର ଛୁଆକୁ ଉଦ୍ଧାର କରିଥିଲେ । ମା ଏତେ ଲୋକ ଙ୍କୁ ଦେଖି ଡରିକି କିଛି ଦୂରକୁ ପଳାଇଥିବାରୁ ଗ୍ରାମବାସୀ ଦୁଇ ଛୁଆଙ୍କୁ ନେଇ ତା ମା ପାଖରେ ଛାଡିଦେଇଥିଲେ । ମା ତା ଛୁଆକୁ ପାଇ ଖୁସିରେ ଚାଟି ପକେଇବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶି ଥିଲା ।

Get real time updates directly on you device, subscribe now.