fbpx
BSKY SKY
BSKY SKY

(video)ବିଜ୍ଞାନ ବି ବୁଝନ୍ତି ପଶୁ; ପ୍ରମାଣିତ କରିଦେଲା କୁକୁର, ଚଳନ୍ତା ଟ୍ରେନରୁ ଓହ୍ଲାଇବାର ଆପଣାଇଲା ଖାସ୍ ଟ୍ରିକ୍‌

BSKY

ନୂଆଦିଲ୍ଲୀ:ମଣିଷ ସବୁ ଜୀବଙ୍କ ଠାରୁ ନିଜକୁ ଅଧିକ ବୁଦ୍ଧିମାନ ମନେ କରିଥାଏ । କିନ୍ତୁ ବେଳେ ବେଳେ ଏପରି ଘଟଣା ଆମ ଆଖି ସାମ୍ନାରେ ଘଟିଯାଏ ଯାହା ଦେଖିବା ପରେ ଆମ ମନ ମଧ୍ୟରେ ଥିବା ଏହି ଧାରଣା ଭୁଲ୍ ବୋଲି ଲାଗେ । ଏହା ଆମେ ଏଇଥିପାଇଁ କହୁଛୁ କି ବେଳେ ବେଳେ ପଶୁପକ୍ଷୀମାନେ ଏପରି ଆଚରଣ କରି ଦେଖାଥାନ୍ତି ସେମାନଙ୍କୁ ଦେଖିଲେ ମନେ ହୁଏ ସତେ ଯେପରି ସେମାନେ ବି ମଣିଷ ସହ ତାଳ ଦେଇ ବୁଦ୍ଧିମାନ ହେଉଛନ୍ତି ଓ ନିଜ ଜୀବନରେ ବିଜ୍ଞାନର ପ୍ରୟୋଗ କରିପାରୁଛନ୍ତି । ଏବେ ଏକ କୁକୁରକୁ ନେଇ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କୁକୁରଟି ଟ୍ରେନରୁ ଓହ୍ଳାଉଥିବାର ନଜର ଆସୁଛି ।

ଏହି ଭିଡିଓଟି ଟ୍ୱିଟର ଆକାଉଣ୍ଟ @ScienceGuys ରେ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳୁଛି କୁକୁରଟି ଏକ ଚଳନ୍ତା ଟ୍ରେନରୁ ତଳକୁ ଓହ୍ଲାଇ ଦୌଡୁଛି । ଟ୍ରେନରୁ ଓହ୍ଲ୍ଲାଇବା ସମୟରେ ଆପଣ ଏହା ଲକ୍ଷ୍ୟ କରିଥିବେ କି ଯେତେବେଳେ କୌଣସି ବ୍ୟକ୍ତି ଟ୍ରେନରୁ ଓହ୍ଲାଇ ଥାଏ ସେତେବେଳେ ସେ ପ୍ଲାଟଫର୍ମରେ ଓହ୍ଲାଇବା ପରେ ଦୌଡିଥାଏ । କାରଣ ଯଦି ସେ ଚଳନ୍ତା ଟ୍ରେନରୁ ଓହ୍ଲାଇ ସିଧା ପ୍ଲାଟଫର୍ମ ଉପରେ ଛିଡା ହୋଇଯିବ ତେବେ ସେ ପଡିଯିବ ।

ଏହା ପଛରେ ରହିଛି ଗତି ସିଦ୍ଧାନ୍ତର ବୈଜ୍ଞାନିକ କାରଣ । ଗତିଶୀଳ ଟ୍ରେନରୁ ଓହ୍ଲାଇବା ସମୟରେ ଯେତେବେଳେ ପାଦ ଭୂମିକୁ ଛୁଇଁଥାଏ ସେତେବେଳେ ପାଦ ଅଟକି ଯାଇଥାଏ କିନ୍ତୁ ଉପର ଶରୀର ଟ୍ରେନର ଭେଲୋସିଟି ସହିତ ଆଗକୁ ବଢିଥାଏ । ଫଳରେ ବ୍ୟକ୍ତି ପଡିଯାଇଥାଏ । କିନ୍ତୁ ଏହି ବିଜ୍ଞାନ ସମ୍ମତ ତଥ୍ୟ କୁକୁରଟିକୁ ଯେପରି ଭଲ ଭାବେ ଜଣାଥିଲା ଯାହାଫଳରେ ସେ ଚଳନ୍ତା ଟ୍ରେନରୁ ଓହ୍ଲାଇ ସିଧା ଦୌଡିଥିଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ଓ ଏ ପର୍ଯ୍ୟନ୍ତ ଏହାକୁ ୨୪ ଲକ୍ଷ ଭ୍ୟୁଜ୍ ମିଳିସାରିଲାଣି ।

Get real time updates directly on you device, subscribe now.