କିପରି କଟିବ 2025? ଦୋଳବେଦିରେ ପଢ଼ା ହେଲା ପାଞ୍ଜି, ଦେଖାଯିବ ଆର୍ଥିକ ମାନ୍ଦାବସ୍ଥା ବଢିବ ଚୋରି

2025 ମସିହାରେ ଅଜଣା ରୋଗ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ନେଇ ଜ୍ୟାତିଷମାନେ କହିଛନ୍ତି ।

ଭୁବନେଶ୍ବର: ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଅବସରରେ ପାଞ୍ଜି ପାଠ କରାଯାଇଛି । ଆସନ୍ତା ଓଡ଼ିଆ ବର୍ଷ କପରି କଟିବ ସେନେଇ ଜ୍ୟୋତିଷଙ୍କ ଦ୍ବାରା ପାଞ୍ଜି ପାଠ କରାଯାଇଛି । ପାଞ୍ଜି ପାଠ ମୁତାବକ, ଏସମ୍ବତ୍ସରର ନାମ କାଳ ।

ମେ ମାସ 13 ତାରିଖ ପରେ ଦେଶର ଉନ୍ନତି ହେବ । ତୈଳଦର ହ୍ରାସ ପାଇବ, କୃଷିଜାତ ଦ୍ରବ୍ୟ ହ୍ରାସ ହେବ । ରାଜନୈତିଶକ ଶାନ୍ତି ପ୍ରତିଷ୍ଠା ହେବା ସହିତ ଚୋରି ଦୁର୍ଘଟଣା କମିବ ବୋଲି କୁହାଯାଇଛି ।

ତେବେ ମେ ମାସ ଯାଏଁ ଚୋରି, ବେକାରୀ ସମସ୍ୟା,ତୈଳ ବୃଦ୍ଧି, ଦୁର୍ଘଟଣାଜନିତ ମୃତ୍ୟୁ,ସାମ୍ପ୍ରଦାୟିକ କନ୍ଦଳ ଏବଂ ଅଚିହ୍ନା ରୋଗ ସମସ୍ୟା ବୃଦ୍ଧି ପାଇବ । ମେ ମାସ ପରେ ସ୍ଥିତିରେ ସୁଧାର ଆସିବା ସହିତ କାଁ ଭାଁ ଭୂମିକମ୍ପ ହେବ ବୋଲି କୁହାଯାଇଛି ।

ତେବେ ଅଚିହ୍ନା ରୋଗ ବ୍ୟାପିବାର ସମ୍ଭାବନା ରହିଥିବାରୁ ପ୍ରତିକାର ନିମନ୍ତେ ହରିନାମ ସଙ୍କୀର୍ତ୍ତନ ସହିତ ଦୀପ ଜାଳିବାକୁ ହେବ ବୋଲି ଜ୍ୟୋତିଷମାନେ କହିଛନ୍ତି । ବର୍ଷ ଆରମ୍ଭରୁ ଅଗ୍ନି ହନୁମାନଙ୍କ କପାଳରେ ରହୁଥିବାରୁ ଅଗ୍ନିଭୟ ଦେଖାଯିବ । ବିଶେଷକରି ଦକ୍ଷିଣ-ପଶ୍ଚିମାଞ୍ଚଳରେ ଦେଖାଯିବ ।

ସେହିପରି ତୁଳାମାସରେ ଲଘୁଚାପ ଯୋଗ ରହିଛି । ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଆୟ ୧୧,  ବ୍ୟୟ ୫ ଓ ସ୍ଥିତି ୬ ରହିବ । ଆଗାମୀ ୨୫ ବର୍ଷ ଭିତରେ ପୃଥିବୀରେ ୯୭ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟେପରାଗ ଦେଖାଦେବ ।

ଚୀନରେ  ଅଗ୍ନି ଉଦ୍‌ଗୀରଣ ଓ ଭୂକମ୍ପ ଆଶଙ୍କା ରହିଛି । ଜାପାନ ପୂର୍ବ ଉପକୂଳରେ ଭୟାନକ  ଝଡ଼ବାତ୍ୟା ଆଶଙ୍କା ରହିଛି । ପାକିସ୍ତାନରେ ରାଜନୈତିକ ଅଶାନ୍ତି ଏବଂ ଅସ୍ଥିରତା ବଢିବ ।