fbpx
BSKY
BJD YOUTH SKY
BJD MS SKY

ଟି-୨୦ ବିଶ୍ୱକପ ୨୦୨୪ ଆୟୋଜନ କରିବା ନେଇ ପଛଘୁଞ୍ଚା ଦେଲା ଡୋମିନିକା

ଏଥର ଆଇସିସି ଟି-୨୦ ବିଶ୍ୱକପ ୨୦୨୪ର ଆୟୋଜକ ଆମେରିକା ଓ ୱେଷ୍ଟ ଇଣ୍ଡିଜ ରହିବେ । ଏହି ଟି-୨୦ ବିଶ୍ୱକପରେ ମୋଟ୍ ୨୦ଟି ଦଳ ଅଂଶ ଗ୍ରହଣ କରୁଛନ୍ତି । ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ ଏକ ସହର ବିଶ୍ୱକପ ମ୍ୟାଚ୍ ଆୟୋଜନ କରିବା ପାଇଁ ସ୍ପଷ୍ଟ ଭାବେ ମନା କରିଦେଇଛି ।

ଟି-୨୦ ବିଶ୍ୱକପ ପାଇଁ ସମସ୍ତେ ବହୁତ ଉତ୍ସାହିତ ଥା’ନ୍ତି । କିନ୍ତୁ କାରିବିଆନ୍ ଦେଶର ଡୋମିନିକା ସହର ଟି-୨୦ ବିଶ୍ୱକପ ଆୟୋଜନ କରିବା ପାଇଁ ମନା କରିଦେଇଛି । ଡୋମିନିକା ରେ ଗ୍ରୁପ୍ ଷ୍ଟେଜର ଗୋଟିଏ ଏବଂ ସୁପର-୮ର ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହୋଇଥାନ୍ତା । ଟି-୨୦ ବିଶ୍ୱକପର ଆୟୋଜକ ଭାବେ ଡୋମିନିକା ମନା କରିବା ପରେ କ୍ରିକେଟ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ଏଥିରେ କୁହାଯାଇଛି, ବାସ୍ତବରେ ଡୋମିନିକା ସରକାର ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତ ନୁହନ୍ତି । ଠିକ୍ ସମୟରେ ସମସ୍ତ ସୁବିଧା ଯୋଗାଇବାରେ ଅସମର୍ଥ ପ୍ରକାଶ କରିଥିବାରୁ ଆୟୋଜକ ଭାବେ ପଛଘୁଞ୍ଚା ଦେଇଛନ୍ତି ।

‘ତାଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଆମେ ତାଙ୍କ ନିର୍ଣୟର ସମ୍ମାନ ଜଣାଉଛୁ । ଭବିଷ୍ୟତରେ ଆନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ ନେଇ ଡୋମିନିକା ସରକାର ଏବଂ ଡ଼ୋମିନିକା କ୍ରିକେଟ ଆସୋସିଏସନ୍ ସହ କାମ କରିବା ପାଇଁ ଆମେ ଉତ୍ସୁକ’ ବୋଲି ‘ସିଡ଼ବ୍ଲ୍ୟୁଆଇ’ର ମୁଖ୍ୟ କାର୍ଯ୍ୟକର୍ତ୍ତା ଜନି ଗ୍ରେଭ୍ କହିଛନ୍ତି ।

Get real time updates directly on you device, subscribe now.