fbpx

‘ସେ କହିଲେ ଆମେ ଶୁଣିନେଲୁ’- ଅଲିମ୍ପିକ୍ ପଦକ ବିଜେତା ମୀରାବାଇ ଚାନୁଙ୍କ ପାଇଁ ଲାଇଫଟାଇମ୍ ପିଜା ଫ୍ରୀ କଲା ଡୋମିନୋସ୍

ନୂଆଦିଲ୍ଲୀ: ଭାରତୀୟ ମହିଳା ଭାରୋଉତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲିମ୍ପିକ୍ ରେ ପ୍ରଥମ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାସହିତ ସେ ଭାରତକୁ ଗର୍ବ ଓ ଗୌରବ ଆଣିଛନ୍ତି । ସେ ୪୯ କେଜି ବର୍ଗରେ ଏହି ସଫଳତା ହାସଲ କରି ଇତିହାସ ରଚିଛନ୍ତି । ତେବେ ଏହି ସଫଳତା ପରେ ପୂରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବରିଷ୍ଠ ଅଧିକାରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଗୋଟେ ପଟେ ଅନେକ ଖାସ୍ ଲୋକଙ୍କ ପକ୍ଷରୁ ତାଙ୍କ ପାଇଁ ଶୁଭେଚ୍ଛା ଆସୁଥିବା ବେଳେ ଅନ୍ୟପଟେ ସରକାରୀ ଓ ଘରୋଇ ସଂସ୍ଥା ପକ୍ଷରୁ ମୀରାବାଇଙ୍କ ପାଇଁ ବିଭିନ୍ନ ଅଫର୍ ଘୋଷଣା କରାଯାଇଛି । ଏହି ତାଲିକାରେ ଏବେ ଯୋଡ଼ି ହୋଇଯାଇଛି ଡୋମିନୋସ୍ ଇଣ୍ଡିଆ । ପିଜା କମ୍ପାନୀ ଡୋମିନୋସ୍ ମୀରାବାଇ ଚାନୁଙ୍କ ପାଇଁ ଲାଇଫଟାଇମ୍ ଫ୍ରୀ ପିଜା ଦେବା ନେଇ ଘୋଷଣା କରିଛନ୍ତି । ଏନେଇ ଡୋମିନୋସ୍ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, “ସେ କହିଲେ ଆମେ ଶୁଣିନେଲୁ । ଆମେ କେବେ ବି ଚାହିଁବୁ ନାହିଁ ଯେ, ମୀରାବାଇଙ୍କୁ ପିଜା ଖାଇବାପାଇଁ ଅପେକ୍ଷା କରିବାକୁ ପଡ଼ୁ । ତେଣୁ ଆମେ ଲାଇଫଟାଇମ୍ ପାଇଁ ଫ୍ରୀ ରେ ପିଜା ଦେଉଛୁ” ।

ବାସ୍ତବରେ କହିବାକୁ ଗଲେ, ମୀରାବାଇ ଏକ ନ୍ୟୁଜ୍ ଚ୍ୟାନେଲ୍ ରେ ସାକ୍ଷାତକାର ସମୟରେ କହିଥିଲେ ଯେ, ସେ ପିଜା ଖାଇବାକୁ ଚାହୁଁଛନ୍ତି, ବହୁତ ଦିନ ହେବ ପିଜା ଖାଇନାହାନ୍ତି । ଆଉ ଏହି କଥା ଡୋମିନସ୍ ପିଜା ପାଖରେ ପହଞ୍ଚିଥିଲା । ଆଉ ସଙ୍ଗେ ସଙ୍ଗେ ତାଙ୍କ ପାଇଁ ଫ୍ରୀ ପିଜା ଘୋଷଣା କରିଥିଲା ଡୋମିନୋସ୍ । ପିଜା କମ୍ପାନୀର ଏହି ପଦକ୍ଷେପକୁ ଅନେକ ୟୁଜର୍ସ ସ୍ୱାଗତ କରିଛନ୍ତି ।

Get real time updates directly on you device, subscribe now.