fbpx

ମଙ୍ଗଳବାର ଡୋନାଲ୍ଡ ଟ୍ରମ୍ପ ହେବେ ଗିରଫ: ସମର୍ଥକଙ୍କୁ ‘ଦେଶ ବଞ୍ଚାଅ’ କହି ଦେଲେ ଆହ୍ୱାନ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବଶୀଘ୍ର ଜେଲର ଚାରିକାନ୍ଥ ଭିତରେ କଏଦ ହେବାକୁ ଯାଉଛନ୍ତି । ଏ ନେଇ ନିଜେ ସୂଚନା ଦେଇଛନ୍ତି ଟ୍ରମ୍ପ । ଏହା ସହିତ ‘ଦେଶ ବଞ୍ଚାଅ’ ବୋଲି କହି ନିଜ ସମର୍ଥକମାନଙ୍କୁ ସେ ଆହ୍ୱାନ ଦେଇଛନ୍ତି । ତେବେ ଏହାର ପ୍ରକୃତ କାରଣ ଏବଂ ଅର୍ଥ ରହିଛି କିଛି ଅଲଗା । ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ଏହି ଆହ୍ୱାନ ବର୍ତ୍ତମାନ ବଡ ରୂପ ନେଉଛି ।

ନିଜ ସୋସିଆଲ ହ୍ୟାଣ୍ଡଲରେ ଟ୍ରମ୍ପ ଲେଖିଛନ୍ତି ଯେ, ଲିଡିଂ ରିପବ୍ଲିକାନ ପ୍ରାର୍ଥି ଏବଂ ଆମେରିକାର ପୂର୍ବତନ ରାଷ୍ୟ୍ରପତି ଆସନ୍ତା ମଙ୍ଗଳବାର ଗିରଫ ହେବାକୁ ଯାଉଛନ୍ତି । ତେଣୁ ଏହା ବିରୋଧରେ ବିକ୍ଷୋଭ କରି ଦେଶକୁ ଫେରାଇ ଆଣିବାକୁ ଆହ୍ୱାନ ଦେଇଛନ୍ତି ଟ୍ରମ୍ପ ।

ସୂଚନା ଅନୁସାରେ, ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଡାନିଏଲ ଏହି ସମ୍ପର୍କକୁ ପଦାକୁ ଆଣିବା ପାଇଁ ଚେଷ୍ଟା କରୁଥିବା ବେଳେ ଟ୍ରମ୍ପ ଏହାଠୁ ଦୂରେଇ ରହୁଛନ୍ତି । ଏଥିପାଇଁ ୨୦୧୬ ନିର୍ବାଚନ ପୂର୍ବରୁ ୧,୩୦,୦୦୦ ଆମେରିକୀୟ ଡଲାର ଦେଇଥିବା ଅଭିଯୋଗ ହୋଇଛି । ତେବେ ଏହି ମାମଲାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଟ୍ରମ୍ପକୁ ଗିରଫ ହେବା ଉପରେ ଆଲୋଚନା ଲାଗି ରହିଛି । ଯଦି ମନହଟ୍ଟନ ଆର୍ଟର୍ଣ୍ଣି ଟ୍ରମ୍ପଙ୍କୁ ଅଭିଯୁକ୍ତ କରିବା ପରେ ଏକ ଇତିହାସ ସୃଷ୍ଟି ହେବ । ଗିରଫ ହେବା ମାମଲାରେ ଟ୍ରମ୍ପ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହେବେ ।

ତେବେ ଟ୍ରମ୍ପ ଓକିଲ ସୁକ୍ରବାର ସନ୍ଧ୍ୟାରେ କହିଛନ୍ତି ଯେ, ଯଦି ତାଙ୍କ ମହକିଲଙ୍କୁ ଅଭିଯୁକ୍ତ କରାଗଲା ତେବେ ସେ ଆତ୍ମସମର୍ପଣ କରି ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ଆଇନଗତ ସାମ୍ନା କରିବେ। ଟ୍ରମ୍ପ ଡାନିଏଲ୍‌ଙ୍କ ସହ ସମ୍ପର୍କକୁ ଅସ୍ୱୀକାର କରିଛନ୍ତି। ଏଭଳି ଅଭିଯୋଗ ବେଆଇନ ବୋଲି ଟ୍ରମ୍ପ ସୋସିଆଲ୍ ମିଡିଆରେ କହିଛନ୍ତି।

Get real time updates directly on you device, subscribe now.