fbpx

ପ୍ଲାଜମା ଦାନ କଲେ କରୋନାରୁ ସୁସ୍ଥ ଓଡ଼ିଆ ବିଏସଏଫ ଯବାନ

ଜଗତସିଂହପୁର,୨/୯(ଓଡିଶା ଭାସ୍କର): ଜଣେ ବିଏସ୍‌ଏଫ ଯବାନ ରାଜିବ ବରାଳ ପ୍ଲାଜମା ଦେଇ ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ସେନାର ଯବାନ କେବଳ ଦେଶର ସୁରକ୍ଷା ପାଇଁ ନୁହେଁ ବରଂ ସବୁବେଳେ ଲୋକଙ୍କ ଜୀବନ ବାଇବା ପାଇଁ ଆଗଭର ବୋଲି ଏହି କାର୍ଯ୍ୟ କରି ପ୍ରମାଣିତ କରିଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ଟ୍ୱିଟ୍ କରି ରାଜିବଙ୍କୁ ପ୍ରଶଂସା କରିଥିଲେ । ବାଲିକୁଦା ବ୍ଲକ ଓଳାଷ ଗାଁର ଶୁକାନ୍ତ ବରାଳ ଓ ହର୍ଷଲତା ବରାଳଙ୍କ ବଡ ପୁଅ ହେଉଛନ୍ତି ରାଜିବ । ତେବେ ପ୍ରାୟ ଦେଢ ମାସ ତଳେ ସେ ନିଜ କର୍ମସ୍ଥଳରୁ ଛୁଟିରେ ଗାଁକୁ ଆସିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଗାଇଡ୍‌ଲାଇନ୍ ଅନୁସାରେ ନିଜର କୋଭିଡ ପରୀକ୍ଷା କରିଥିଲେ । ପରୀକ୍ଷା ରିପୋର୍ଟରେ ତାଙ୍କର ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ପ୍ରଥମେ କୋଭିଡ କେୟାର ପରେ ପାରାଦ୍ୱୀପ କୋଭିଡ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ୧୫ ଦିନ ପରେ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ । ତେବେ ପ୍ଲାଜମା ଦ୍ୱାରା ଗୁରୁତର କରୋନା ରୋଗୀ ଭଲ ହେଉଥିବା ଜାଣି ନିଜ ତରଫରୁ ଆଗ୍ରହ ପ୍ରକାଶ କରି ସେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ । ତାଙ୍କୁ ପ୍ରଶାସନ କଟକ ସ୍ଥିତ ପ୍ଲାଜମା ସେରକୁ ନେଇ ପ୍ଲାଜମା ସଂଗ୍ରହ କରିଥିଲେ । ସେ ଲୋଟସ୍ କ୍ଲବର ସଦସ୍ୟ ଭାବରେ କ୍ରୀଡା ଓ କ୍ରୀଡାବତ୍‌ଙ୍କୁ ସବୁବେଳେ ସହାୟତା ଦେଇ ଆସିଛନ୍ତି । ରାଜିବ ବରାଳ କରୋନାରୁ ସୁସ୍ଥ ହେଉଥିବା ଲୋକମାନଙ୍କୁ ଅନୁରୋଧ କରି କହିଛନ୍ତି ସମସ୍ତେ ଆଗକୁ ଆସି ପ୍ଲାଜମା ଦାନ କରନ୍ତୁ ଏବଂ ଜୀବନ ବାନ୍ତୁ । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି ।

Get real time updates directly on you device, subscribe now.