fbpx
BJD
BJD SKY
BJD SKY

ଆଜି ମହାଳୟା ଅମାବାସ୍ୟା: କରନ୍ତୁ ନାହିଁ ଏହି ଭୁଲ, ନଚେତ ରାଗିଯିବେ ପିତୃପୁରୁଷ

BJD

ଭାରତୀୟ ସଂସ୍କୃତିରେ ମହାଳୟା ଶ୍ରାଦ୍ଧର ରହିଛି ସ୍ୱତନ୍ତ୍ରତା । ଏହି ପିତୃପକ୍ଷ ଅମାବାସ୍ୟା ୧୪ ଅକ୍ଟୋବର ଦିନ ପଡୁଛି । ଭାଦ୍ରବ ଶୁକ୍ଳପକ୍ଷ ପୂର୍ଣ୍ଣିମା ଠାରୁ ଆଶ୍ୱିନ କୃଷ୍ଣପକ୍ଷ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦେଲେ ପିତୃଋଣରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଶାସ୍ତ୍ରାନୁଯାୟୀ, ଆଶ୍ୱିନ କୃଷ୍ଣପକ୍ଷରେ ପିତା ତଥା ମା’ଙ୍କ ମୃତ୍ୟୁତିଥିରେ ଜ୍ୟେଷ୍ଠପୁତ୍ର ସସ୍ତ୍ରୀକ ଶୁଦ୍ଧପୂତ ଭାବେ ଶ୍ରାଦ୍ଧ ପ୍ରଦାନ ଏବଂ ବ୍ରାହ୍ମଣଙ୍କୁ ଭୋଜନ ଦେଲେ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ । ମହାଳୟାରେ ମା’ଙ୍କ ପିତ୍ରାଳୟର ପିତୃପୁରୁଷଙ୍କୁ ପିଣ୍ଡ ଦାନ କରାଯାଏ । ଅରୁଆ ଚାଉଳ, ଡାଲି, ଜଳ ଆଦିକୁ ତର୍ପଣ କରାଯାଏ । ପରେ ତାହାକୁ ଗାଈ, କାଉ ଆଦି ପଶୁପକ୍ଷୀଙ୍କୁ ଦିଆଯାଏ ।

ତର୍ପଣ ଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ ଫଳରେ ସମସ୍ତ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ମହାଳୟା ଅବସରରେ ଚୁଟି, ନଖ, ଦାଢ଼ି ଆଦି କାଟିବା ଆମିଷ ଭୋଜନ ବର୍ଜନୀୟ । ବିରାଜ କ୍ଷେତ୍ର, ବିନ୍ଦୁ ସାଗର, ପ୍ରାଚୀ କ୍ଷେତ୍ର, ଶ୍ରୀମନ୍ଦିରର ବାଇଶି ପାହାଚରେ ମଧ୍ୟ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ ।

ସର୍ବ ପିତୃ ଅମାବାସ୍ୟା ବା ମହାଳୟା ଦିନ କରନ୍ତୁ ନାହିଁ ଏହି ଭୁଲ:

୧-ସର୍ବ ପିତୃ ଅମାବାସ୍ୟା ଦିନ ସେହି ପିତୃ ପୁରୁଷଙ୍କ ପିଣ୍ଡଦାନ କରନ୍ତୁ ଯାହାଙ୍କ ମୃତ୍ୟୁ ତିଥି ଜଣା ଥିବ କିମ୍ବା ଯିଏ ଅମାବାସ୍ୟାରେ ମୃତ୍ୟୁବରଣ କରିଥିବେ । ଏପରି ନକରିଲେ ପିତୃପୁରୁଷଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ରହିବ । ଯାହାଫଳରେ ଆପଣ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ।

୨- ଏହି ସର୍ବ ପିତୃ ଅମାବାସ୍ୟା ଅର୍ଥାତ ମହାଳୟା ଦିନ ଭୁଲରେ ବି କେଶ ଏବଂ ନଖ କାଟନ୍ତୁ ନାହିଁ । ନଚେତ୍ ଆପଣ ଏକ ଭୟଙ୍କର ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।

୩- ମହାଳୟା ଦିନ ଆମିଶ ଖାଆନ୍ତୁ ନାହିଁ କିମ୍ବା ମଦ୍ୟପାନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ପିତୃପୁରୁଷ କ୍ରୋଧିତ ହୋଇ ପାରନ୍ତି ଏବଂ ଆପଣଙ୍କୁ ଅଭିଶାପ ମଧ୍ୟ ଦେଇ ପାରନ୍ତି । ଯାହାଫଳରେ ଆପଣଙ୍କ ଜୀବନରେ ସର୍ବଦା ଅଶାନ୍ତି ଲାଗି ରହିବ ।

୪-ସର୍ବ ପିତୃ ଅମାବାସ୍ୟା ଦିନ କୌଣସି ଗରିବ ବ୍ୟକ୍ତି କିମ୍ବା ପଶୁକୁ ଘର ଆଗରୁ ଫେରାଇ ଦିଅନ୍ତୁ ନାହିଁ । ସେମାନଙ୍କୁ ନିଜ ସାମର୍ଥ ଅନୁସାରେ ଭୋଜନ ଦିଅନ୍ତୁ । ଏହି ଦିନ କୌଣସି ବ୍ୟକ୍ତିଙ୍କୁ ଅଟା, ତେଲ, ଲୁଣ ଆଦି ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

୫- ଏହି ମହାଳାୟା ଦିନ ପିଆଜ,ରସୁଣ ମସୁର ଡାଲି , କୋଳଥ ଡାଲି, ଅଳସୀ ଆଦି ଖାଦ୍ୟ ସେବନ କରନ୍ତୁ ନାହିଁ । ଏହିଦିନ ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତୁ ।

Get real time updates directly on you device, subscribe now.