fbpx
BJD SKY
BJD SKY

G mail ଆକାଉଣ୍ଟରେ କରନ୍ତୁ ନାହିଁ ଏହି ସବୁ ଭୁଲ୍: ମିନିଟକରେ ଖାଲି ହେଇଯିବ ଆପଣଙ୍କ ଆକାଉଣ୍ଟ

BJD

ନୂଆଦିଲ୍ଲୀ: ସାଇବର ଠକ ମାନେ ଠକିବାର ଏକ ନୂଆ ତରିକା ବାହାର କରିଛନ୍ତି । ଏହି ସାଇବର ଲୁଟେରା ମାନେ ନୂତନ ଶୈଳୀର ଠକେଇକୁ ଭିସିଙ୍ଗ ବୋଲି ନାମ ଦେଇଥିବା ବେଳେ ଇମେଲ ଆଇଡି ଜରିଆରେ ଏହି ଲୁଟ କରାଯାଉଛି । ଜିମେଲ ବ୍ୟବହାରକାରୀଙ୍କ ନିକଟକୁ ଏକ ମେସେଜ ଆସୁଥିବା ବେଳେ ଏହା ଉପରେ କ୍ଲିକ୍ କଲେ ଆପଣଙ୍କ ଆକାଉଣ୍ଟ ସଫା ହେଇଯିବ । ଏହି ଠକ ମାନେ ଆପଣଙ୍କୁ ମାଲୱେୟାର ପଠାଇବା ପରିବର୍ତ୍ତେ କୌଣସି ବଡ କମ୍ପାନୀରୁ ଏକ ମେସେଜ ପଠାଇ ପାରନ୍ତି । ଆମାଜନ, ପେପାଲ ଅଥବା ଫ୍ଲିପକାର୍ଟ ପରି କମ୍ପାନୀ ଆକାଉଣ୍ଟରୁ ଏହି ମେଲ ଆପଣଙ୍କ ନିକଟକୁ ଆସିବ । ପ୍ରକୃତ କମ୍ପାନୀରୁ ଆସୁଥିବା ମେଲ ଏବଂ ଏହି ଭିସିଙ୍ଗ ମେଲ ମଧ୍ୟରେ କୌଣସି ପ୍ରଭେଦ ବାରି ହେବ ନାହିଁ ।

ଆପଣ ଆମାଜନ ଅଥବା ଅନ୍ୟ ୱେବସାଇଟରୁ ଅନଲାଇନ ସପିଂ ଜରିଆରେ ଜିନିଷ କିଣିଛନ୍ତି । ଏହି ଅର୍ଡରଟିକୁ କ୍ୟାନସଲ କରିହେବ ନାହିଁ । ଯଦି ଆପଣ ଏହାକୁ କ୍ୟାନସଲ କରିବାକୁ ଚାହାଁନ୍ତି ତାହେଲେ ଆପଣ ନିମ୍ନଲିଖିତ ନମ୍ବରରେ କଲ କରନ୍ତୁ । ଆପଣ ଯଦି ଉକ୍ତ ନମ୍ବରରେ କଲ କରନ୍ତି ତାହେଲେ ମିନିଟିକ ମଧ୍ୟରେ ଆପଣଙ୍କ ଆକାଉଣ୍ଟରେ କଳାକନା ବୁଲାଇଦେବେ ସାଇବର ଲୁଟେରା । ଏଥିରୁ ବର୍ତ୍ତିବା ପାଇଁ ଏଭଳି ମେଲକୁ ଇଗ୍ନୋର କରିବା ଉଚିତ ବୋଲି କୁହାଯାଇଛି ।

Get real time updates directly on you device, subscribe now.