fbpx

ଯୋଡା ଶ୍ରାବଣରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ, ନଚେତ୍ ଆଣିପାରେ ବଡ଼ ବିପଦ

ଆରମ୍ଭ ହୋଇଛି ପବିତ୍ର ଶ୍ରାବର ମାସ । ୧୯ ବର୍ଷ ପରେ ଏହି ମହା ସଂଯୋଗ ପଡିଛି । ଏହି ଶ୍ରାବଣ ମାସରେ ମହାଦେବ ତାଙ୍କର ଭକ୍ତମାନଙ୍କ ଉପରେ କୃପା ବର୍ଷା କରିଥାଆନ୍ତି । ଶିବ ଭକ୍ତମାନେ ବର୍ଷ ତମାମ ଏହି ମାସକୁ ଅପେକ୍ଷା କରିଥାଆନ୍ତି । ଏହା ଏମିତି ଏକ ମାସ ଯାହାର ପ୍ରତ୍ୟେକଟି ଦିନ ଶୁଭ ହୋଇଥାଏ । ଏହି ମାସରେ ଭଗବାନ ଶିବ ପୃଥିବୀ ପୃଷ୍ଠକୁ ଆସିଥାଆନ୍ତି । ଆଉ ନିଜ ଭକ୍ତ ଉପରେ ଆଶିଷ ଅଜାଡି ଦିଅନ୍ତି । ଏହି ବର୍ଷ ପବିତ୍ର ଶ୍ରାବଣ ମାସ ୪ ଜୁଲାଇରୁ ଆରମ୍ଭ ହୋଇଯାଇଛି । ଯାହାର ସମାପ୍ତି ୩୧ ଅଗଷ୍ଟରେ ହେବ ।

ଶାସ୍ତ୍ର ଅନୁସାରେ ,ଏହି ବ୍ରତ ସମୟରେ ଆପଣଙ୍କ କୌଣସି ଫଳ ଉଦ୍ଧାରରେ ଫଳ ମାଗି ଆଣି ଖାଇବେ ନାହିଁ ଅର୍ଥାତ ଆପଣଙ୍କର ପଡୋଶୀ ହୁଅନ୍ତୁ ଅବା ବନ୍ଧୁ କାହା ପାଖରୁ ଉଦ୍ଧାର ମାଗି କୌଣସି ଫଳ ଖାଇବେ ନାହିଁ । ନଚେତ ଆପଣଙ୍କର ବ୍ରତ ଅଧାରେ ହିଁ ରହିଯିବ । କାହା ପାଖରୁ କରଜ ନେବେ ନାହିିଁ କି ଉଦ୍ଧାର ମାଗି ଖାଇବେ ନାହିଁ । କିନ୍ତୁ ଯଦି କେହି ଆପଣଙ୍କୁ କୌଣସି ଫଳ ଯାଚିକି ଦିଅନ୍ତି ତେବେ ଆପଣ ଖାଇପାରିବେ ।
ସୋମବାର ବ୍ରତ ହେଉ କିମ୍ବା ଅନ୍ୟ କୌଣସି ବ୍ରତରେ ଆପଣ ନାସ୍ପତିକୁ ଜମା ବି ଖାଇବେ ନାହିଁ । ଅନ୍ୟ ଦିନରେ ଏହି ଫଳ ଖାଇପାରିବେ । ମାତ୍ର ଯେଉଁ ଦିନ ଆପଣଙ୍କର ବ୍ରତ ଥିବ ଆପଣ ସେଦିନ ଏହି ଫଳକୁ ଖାଇପାରିବେ ନାହିଁ । ଆଉ ଭଗବାନଙ୍କୁ ମଧ୍ୟ ଏହି ଫଳକୁ ଅର୍ପଣ କରିପାରିବେ ନାହିଁ ।

ବହୁତ ଆଗରୁ ଥିବା ଅଟାକୁ ଖାଇଲେ ମଧ୍ୟ ବ୍ରତ ଭାଙ୍ଗି ଯାଇଥାଏ କାରଣ ପୁରୁଣା ଅଟାରେ ବହୁତ କୀଟ-ପତଙ୍ଗ ପଡିଥାଆନ୍ତି ଏହାକୁ ସେବନ କରିବା ଦ୍ୱାରା ମାଂସ ଭୋଜନ ସହ ସମାନ ହୋଇଥାଏ ବୋଲି କୁହାଯାଏ । ଏହାଦ୍ୱାରା ଆପଣଙ୍କର ବ୍ରତ ଭାଙ୍ଗୀଯାଏ । ଆଉ ଏହି ସମୟରେ ସବୁବେଳେ ସତେଜ ଅଟା ହିଁ ଖାଆନ୍ତୁ ନାହିଁ ।

ଏହି ମାସ ଏକ ପବିତ୍ର ମାସ ହୋଇଥିବା ବେଳେ ଭଗବାନ ଶିବଙ୍କ ଆଗରେ ଭୁଲରେ ବି ଏହି ଜିନିଷ ରଖନ୍ତୁ ନାହିଁ । ମାସିକ ଧର୍ମ ସମୟରେ ମହାଦେବଙ୍କୁ କୌଣସି ଶିବାଳୟକୁ ପ୍ରବେଶ କରନ୍ତୁ ନାହିଁ । ଶିବ ଲିଙ୍ଗରେ ସବୁଶକ୍ତିର ସଂଚାର ହୋଇଥାଏ ତେଣୁ ଏôତପାଇଁ ଶିବଲିଙ୍ଗରେ ସବୁବେଳେ ଜଳଧାରା ପ୍ରବାଭିତ କରିବା ଉଚିତ । ଯାହାଦ୍ୱାରା ମହାଦେବ କୃପା ପ୍ରୟଦାନ କରିବେ । ତୁଳସୀ ଏବଂ ଭଗବାନଙ୍କୁ ଏକା ସାଙ୍ଗରେ ରଖିବା ଉଚିତ ନୁହେଁ ଯାହାକି ଶାସ୍ତ୍ରରେ ବର୍ଣ୍ଣିତ ଅଛି ।

ଏଥିସହିତ ଶିବଲିଙ୍ଗରେ କେବେ ହେଲେ ତୁଳସୀ ଚଢାନ୍ତୁ ନାହିଁ ଯାହା ଫଳରେ ମହାଦେବ ଆପଣଙ୍କ ଉପରେ କ୍ରୋଧ କରିବେ । ଯଦି ଆପଣ ଆମିଷ ସେବନ କରୁଛନ୍ତି କିମ୍ବା ଅନ୍ୟ କେହି ଆମିଷ ସେବ କରିଛି ଅର୍ଥାତ ଶାରୀରିକ ଭାବେ ଅଶୁଦ୍ଧ ଅଛନ୍ତି ତେବେ ଏହି ସମୟରେ ଭିତର ମନ୍ଦିର ହେଉ କିମ୍ବା ବାହାର ମନ୍ଦରକୁ ଭୁଲରେ ବି ପ୍ରବେଶ କରନ୍ତୁ ନାହିଁ ଯାହାଦ୍ୱାରା ମହାଦେବ କ୍ରୋଧ ପ୍ରକାଶ କରିଥାଆନ୍ତି । ଏଥିସହିତ ମହାଦେବଙ୍କ ଉପରେ ବେଲ ପତ୍ର ଚଢାଇବା ଦ୍ୱାରା ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାଆନ୍ତି ।

Get real time updates directly on you device, subscribe now.