fbpx
BJD SKY
BJD SKY

ଓଡ଼ିଶାର ୬ ଜଣ ସାମ୍ବାଦିକ ପାଇବେ ‘ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ: ଘୋଷଣା ହେଲା ନାମ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୬ ଜଣ ସାମ୍ବାଦିକଙ୍କୁ ପ୍ରଦାନ କରାଯିବ ‘ଓଡ଼ିଶା ଜର୍ଣ୍ଣାଲିଜମ ଆୱାର୍ଡ-୨୦୨୨’ । ଛାପା, ବୈଦ୍ୟୁତିକ ଓ ୱେବ ମିଡ଼ିଆ କ୍ଷେତ୍ରରେ ଭାରତୀୟ ସାମ୍ବାଦିକତା ଜଗତକୁ ବିଶେଷ ଅବଦାନ ପାଇଁ ଏହି ସାମ୍ବାଦିକମାନେ ପୁରସ୍କୃତ ହେବେ । ଆସନ୍ତା ୨୨ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ଅବସରରେ ଏମାନନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି ।

ଓଡ଼ିଶା ସାହିତ୍ୟ ଓ ସଂସ୍କୃତି ଉପରେ କାର୍ଯ୍ୟ କରୁଥିବା ଦିଲ୍ଲୀ ସ୍ଥିତ ପଲ୍ଲିବାଣୀ ମିଶନ ପକ୍ଷରୁ ନିକଟରେ ଏହି ସାମ୍ବାଦିକଙ୍କ ନାମ ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଥିବା ସାମ୍ବାଦିକଙ୍କ ମଧ୍ୟରେ ‘ସମ୍ବାଦ’ର ଡିଜିଏମ୍ ଭବାନୀ ଶଙ୍କର ତ୍ରିପାଠୀ, ‘କଳିଙ୍ଗ ଟିଭି’ର ସମ୍ପାଦକ ସୌମ୍ୟଜିତ ପଟ୍ଟନାୟକ, ‘ଓଟିଭି’ର ପଶ୍ଚିମ ଓଡ଼ିଶାର ମୁଖ୍ୟ ମନୋରଞ୍ଜନ ଯୋଶୀ, ‘ପ୍ରମେୟ’ର ମୁଖ୍ୟ ନ୍ୟୁଜ୍ କୋ-ଅର୍ଡିନେଟର ସୁଦୀପ କୁମାର ରାଉତ, ‘ଅର୍ଗସ’ ନ୍ୟୁଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶୀଷ, ସାମ୍ବାଦିକା ସାରଦା ଲାହାଙ୍ଗୀର ରହିଛନ୍ତି । ନୂଆ କରି ଆରମ୍ଭ କରାଯାଇଥିବା ‘ପ୍ରତିଭା ପଟ୍ଟନାୟକ ଉତ୍କର୍ଷ ସାମ୍ବାଦିକତା ପୁରସ୍କାର’ ପ୍ରଥମ ଥର ପାଇଁ ସାରଦାଙ୍କୁ ପ୍ରଦାନ କରାଯିବ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା ଓ ପ୍ରସାରଣ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଳକୃଷ୍ଣ ଯୋଗ ଦେବେ । ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରକୁ ଅବଦାନ ଦେଇ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଗତ ୫ ବର୍ଷ ହେଲା ପଲ୍ଲୀବାଣୀ ମିଶନ ପକ୍ଷରୁ ଓଡ଼ିଆ ଜର୍ଣ୍ଣାଲିଜମ ଆୱାର୍ଡ ପ୍ରଦାନ କରାଯାଇ ଆସୁଛି ।

Get real time updates directly on you device, subscribe now.