fbpx
BJD SKY
BJD SKY

ଓଡ଼ିଶାରେ ପ୍ରଥମ ଘଟଣା: ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ହେଲା ସଫଳ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଆଗକୁ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ରାଜ୍ୟରେ ପ୍ରଥମ ଥର ପାଇଁ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ଆଣ୍ଡ ସମ୍ ହସ୍ପିଟାଲରେ ଏହି ସର୍ଜରୀ କରାଯାଇଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେବା ସହିତ କମ୍ ଦିନ ମଧ୍ୟରେ ରୋଗୀମାନେ ସୁସ୍ଥ ହୋଇଯାଉଥିବା ଦେଖାଯାଉଛି ।

ଓଡ଼ିଶାରେ ପ୍ରଥମ ଥର ପାଇଁ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଆଗକୁ ମଧ୍ୟ ଏହି ପଦ୍ଧତି ଅବଲମ୍ବନ କରାଯିବ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ପାଇଁ ପୁରୁଣା ପଦ୍ଧତି ଓ ରୋବୋଟ ପଦ୍ଧତି ମଧ୍ୟରେ ବିଶେଷ କିଛି ଫରକ ନାହିଁ । ଏଥିପାଇଁ ରୋଗୀଙ୍କୁ କିଛି ଅଲଗା ପ୍ରସ୍ତୁତ ହେବାର ଆବଶ୍ୟକତା ନାହିଁ । ରୋବୋଟ ପ୍ରକ୍ରିୟା ଦ୍ୱାରା ଆଣ୍ଠୁର ଚାରିପଟରେ ଥିବା କୋମଳ ତନ୍ତୁଗୁଡ଼ିକର ପ୍ରତ୍ୟାରୋପଣ ଓ ଗଣ୍ଠିର ଉତ୍ତମ ସଜ୍ଜିକରଣ ହେ।।ଇପାରିଥାଏ ବୋଲି ଡାକ୍ତର କହିଛନ୍ତି ।

ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତି ଏହି ରୋବୋଟିକ୍ ପଦ୍ଧତିକୁ ଆପଣାଇ ପାରିବେ । ଆଣ୍ଠୁର ଗଣ୍ଠିରେ ସମସ୍ୟା ଥିଲେ, କୌଣସି ଦୁର୍ଘଟଣାରେ ଶିକାର ହେଲେ ରୋବୋଟ୍ ସହାୟତାରେ ସର୍ଜରୀ କରାଯାଇ ପାରିବ । ଏହି ପ୍ରକ୍ରିୟାରେ ଖୁବ୍ କମ୍ ସମସ୍ୟା ଦେଖାଦେବା ସହିତ ପୁନର୍ବାର ସର୍ଜରୀର ଆବଶ୍ୟକତା ପଡ଼ିନଥାଏ । ଏହି ପ୍ରକ୍ରିୟାରେ ରୋବୋଟ କାମ କରିବା ସହିତ ସର୍ଜନମାନଙ୍କୁ ଅସ୍ତ୍ରୋପଚାରରେ ସାହାଯ୍ୟ କରିଥାଏ । ସ୍ୱତନ୍ତ୍ର ଥ୍ରିଡି ଫଟୋ ନିଆଯାଇ ରୋବୋଟିକ୍ ସର୍ଜରୀ କରାଯାଇଥାଏ ।

Get real time updates directly on you device, subscribe now.