fbpx
BJD SKY
BJD SKY

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟ କମିଟି ସଦସ୍ୟଙ୍କ ନାମ ଘୋଷଣା: ନିଯୁକ୍ତି ପାଇଲେ ୧୦ ଜଣ ବରିଷ୍ଠ ନେତା

BJD

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତା’ର ସଂଗଠନକୁ ମଜବୁତ କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହା ମଧ୍ୟରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟ କମିଟିରେ ୧୦ ଜଣ ନେତାଙ୍କୁ ନିଯୁକ୍ତି ମିଳିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏନେଇ ଘୋଷଣା କରିଛନ୍ତି । ଏବେ କେନ୍ଦ୍ର କ୍ୟାବିନେଟରେ ପରିବର୍ତ୍ତନ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଦଳ ପକ୍ଷରୁ ନୂଆ ନେତାଙ୍କୁ ଦାୟିତ୍ୱ ଘୋଷଣା କରାଯାଇଛି ।

ଖବର ମୁତାବକ, ଆଜି ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଷ୍ଟ୍ରୀୟ ଜେନେରାଲ ସେକ୍ରେଟାରୀ ବିଏଲ ସନ୍ତୋଷ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ନିଷ୍ପତ୍ତି ପରେ ୧୦ ଜଣ ନେତାଙ୍କୁ ଦଳର ରାଷ୍ଟ୍ରୀୟ କାର୍ଯ୍ୟ କମିଟିରେ ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ଛତିଶଗଡ଼, ତେଲେଙ୍ଗାନା ଓ ରାଜସ୍ଥାନର ବରିଷ୍ଠ ନେତାଙ୍କୁ ଏଥିରେ ସ୍ଥାନ ମିଳିଛି ।

ହିମାଚଳ ପ୍ରଦେଶର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ସୁରେଶ କଶ୍ୟପ, ବିହାରର ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ ଜୟସ୍ୱାଲ, ଛତିଶଗଡ଼ର ବରିଷ୍ଠ ନେତା ବିଷ୍ଣୁ ଦେବ ସାୟ, ଛତିଶଗଡ଼ର ବରିଷ୍ଠ ନେତା ଧରମଲାଲ କୌଶିକ, ପଞ୍ଜାବର ପୂର୍ବ ଅଧ୍ୟକ୍ଷ ଅଶ୍ୱିନୀ ଶର୍ମା, ତେଲେଙ୍ଗାନାର ପୂର୍ବତନ ଅଧ୍ୟକ୍ଷ ବନ୍ଦୀ ସଞ୍ଜୟ କୁମାର, ତେଲେଙ୍ଗାନାର ନେତା ସୋମବୀର ରାଜୁ, ଝାଡ଼ଖଣ୍ଡର ପୂର୍ବତନ ଅଧ୍ୟକ୍ଷ ଦୀପକ ପ୍ରକାଶ, ରାଜସ୍ଥାନର ବରିଷ୍ଠ ନେତା କିରୋଡୀ ଲାଲ ମିଣା ଓ ରାଜସ୍ଥାନର ପୂର୍ବ ଅଧ୍ୟକ୍ଷ ସତୀଶ ପୁନିୟାଙ୍କୁ ନୂଆ ଦାୟିତ୍ୱ ମିଳିଛି ।

ସୂଚନା ଯୋଗ୍ୟ ଯେ, ଚଳିତ ସପ୍ତାହରେ ୪ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷଙ୍କୁ ନିଯୁକ୍ତି ମିଳିଥିଲା । ଏଥିସହିତ ଅନ୍ୟ ୪ଟି ରାଜ୍ୟରେ ନୂଆ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହି ୪ଟି ରାଜ୍ୟରେ ୯ ଜଣ ନେତାଙ୍କୁ ଦାୟିତ୍ୱ ଦିଅଯାଇଥିଲା ।

Get real time updates directly on you device, subscribe now.