fbpx

ସୂର୍ଯ୍ୟାସ୍ତ ପରେ ଦାନ କରନ୍ତୁ ନାହିଁ ଏହିସବୁ ଜିନିଷ, ବାସ୍ତୁ ଶାସ୍ତ୍ର କୁହେ…

ଓଡ଼ିଶା ଭାସ୍କର ବ୍ୟୁରୋ: ସୂର୍ୟ୍ୟାସ୍ତ ପରେ ଏହି ୫ଟି ଜିନିଷକୁ ଆଦୌ ଦାନ କରନ୍ତୁ ନାହିଁ, ଅର୍ଥ ସମସ୍ୟା ଆପଣଙ୍କ ଜୀବନରେ ଦେଖା ଦେଇପାରେ । ତେଣୁ ଏହତ ଖବରକୁ ଭଲ ଭାବରେ ପଢ଼ନ୍ତୁ । ହିନ୍ଦୁ ଧର୍ମରେ, ଦାନର ବହୁତ ମହତ୍ତ୍ୱ ରହିଛି । ଘରେ କୌଣସି ପୂଜା କିମ୍ବା ଶୁଭ କାର୍ୟ୍ୟ ହେଉ, ଦାନ କରିବା ଆବଶ୍ୟକ ବୋଲି ବିବେଚନା କରାଯାଏ । ଶାସ୍ତ୍ର ଅନୁଯାୟୀ, ବିଶ୍ୱାସ କରାଯାଏ ଯେ ନିଜ ଇଚ୍ଛା ଅନୁଯାୟୀ ଦାନ କରିବା ଦ୍ୱାରା ଧନ ପ୍ରାପ୍ତ ହେବା ସହିତ ପୂର୍ଣ୍ଣ୍ୟ ବି ଅର୍ଜନ ହୋଇଥାଏ । ହେଲେ ସୂର୍ଯ୍ୟାନ୍ତ ପରେ ଦାନ କରିବା ଉଚିତ୍ ନୁହେଁ । ସେ କିଏ ବେି ହେଉ ନା କାହିଁକି ।

ସୂର୍ଯ୍ୟାସ୍ତ ପରେ ଦାନ କରିବା ଦ୍ୱାରା ମା ଲକ୍ଷ୍ମୀ ତାଙ୍କ ଘରକୁ ଚାଲି ଯାଆନ୍ତି ଯାହାକୁ ଆପଣ ଦାନ ଦେଇଥାନ୍ତି । ମାନ୍ୟତା ରହିଛି ଯେ, ସନ୍ଧ୍ୟା ସମୟରେ ପଡ଼ୋଶୀଙ୍କ ଠାରୁ କିଛି ନେବା ବି ଏକ ଉଧାର ପରି ହୋଇଥାଏ । ଯାହାଫଳରେ ଘରର ସମୃଦ୍ଧିରେ ବାଧା ସୃଷ୍ଟି ହୁଏ । ତେବେ ଚାଳନ୍ତୁ ଜାଣିବା କଣ ସେହି ଜିନିଷ ଯାହାକୁ ସନ୍ଧ୍ୟା ପରେ ଦାନ କରିବା ଠିକ୍ ନୁହେଁ ।

ତେବେ ସେ ଜିନିଷ ଗୁଡ଼ିକ ହେଉଛି ହଳଦୀ, ଦହି, କ୍ଷୀର, ଟଙ୍କା ନେବା କିମ୍ବା ଦେବା, ପିଆଜ କିମ୍ବା ରସୁଣ । ଏସବୁ କୁ ସନ୍ଧ୍ୟା ପରେ ଆଦୌ ଦିଅନ୍ତୁ ନାହିଁ । ଏହିସବୁ କୁ ସନ୍ଧ୍ୟା ପରେ କାହାକୁ ଦେବା ଦ୍ୱାରା ଘରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ । କାରଣ ଏହିସବୁ ଜିନିଷ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଘରର ସମୃଦ୍ଧି ସହିତ ଜଡ଼ିତ ହୋଇ ରହିଥାଏ ।

Get real time updates directly on you device, subscribe now.